ଜାତୀୟ ଡେଙ୍ଗୁ ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ

0 176

ଗଜପତି,୧୬/୫- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ ଡେଙ୍ଗୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ଖଜୁରୀପଦା, ବଡ଼ପଦା, ଝାଲରସିଂ,ତୀତିସିଂ ବିଭିନ୍ନ ସ୍ଥାନରେ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ସୁନୀଲ କୁମାର ମାଝୀ, ବି.ପି.ଏମ୍‌ ଶ୍ରୀନିବାସ ପଟ୍ଟନାୟକ, ସୁପର ଭାଇଜର ଲଳିତା ପାଣିଗ୍ରାହୀ, ସ୍ୱାସ୍ଥ୍ୟକର୍ମୀ ଜିତୁ କୁମାର ପ୍ରଧାନ, ସ୍ୱାସ୍ଥ୍ୟ କର୍ମୀ ସନ୍ଧ୍ୟା ରାଣୀ ଚୌଧୁରୀ, ଆଶା କର୍ମୀ କାଞ୍ଚନ ପାଇକ, ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 − 7 =