ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ର ଏକ ନୂତନ ଔଷଧ୨ଡିଜି (୨-ଡିଓସି-ଡି-ଗ୍ଲୋକୋଜ) ପ୍ରଥମ ଚରଣରେ ସୋମବାର ଦିନ ୧୦,୦୦୦ ଡୋଜ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁଭାରମ୍ଭ କରିଛନ୍ତି । ତିନୋଟି ପରୀକ୍ଷା ପରେ, ଏହାର ଜରୁରୀକାଳୀନ ବ୍ୟବହାର ୧ ମଇ ୨୦୨୧ ରେ ଡିସିଜିଆ ଦ୍ୱାରା ଅନୁମୋଦନ ହୋଇଥିଲା । ପାଉଡର ଆକାରରେ ଏହି ଔଷଧ ଏକ ପ୍ୟାକେଟରେ ଦିଆଯିବ ଯାହାକୁ ପାଣିରେ ମିଶ୍ରଣ କରିବାକୁ ପଡିବ । ଏହି ପାଉଣ୍ଡର ଜୀବାଣୁ ବୃଦ୍ଧିକୁ ବନ୍ଦ କରିବାରେ ସକ୍ଷମ ଅଟେ ବୋଲି କୁହାଯାଉଛି ।