ଟିଟିଲାଗଡ଼ ପୌରପରିଷଦର ଦେଶିଲ ସ୍ଥିତ ଡମ୍ପିଂୟାର୍ଡ ବାହାରେ ଉଡୁଛି ଆବର୍ଜନା

0 91

ଟିଟିଲାଗଡ,୨୧/୫଼ – ଟିଟଲାଗଡ ସହରର ୧୫ ଗୋଟି ୱାର୍ଡ ତଥା ରାସ୍ତାକଡ଼ରେ ଗଦା ହୋଇଥିବା କୁଢ଼କୁଢ଼ ଆବର୍ଜନାକୁ ପୌରପରିଷଦ ତରଫରୁ ଟ୍ରାକ୍ଟର ଯୋଗେ ବୁହାହୋଇ ଦେସିଲ ସ୍ଥିତ ଡମ୍ପିଂୟାର୍ଡରେ ଗଦା କରାଯାଇଥାଏ । ଏହି ବର୍ଜ୍ୟବସ୍ତୁକୁ ନେଇ ତାହାର ସଦୁପଯୋଗ କରାଯାଇଥାଏ । କିନ୍ତୁ ପରିତାପର ବିଷୟ ଯେ ଡମ୍ପିଂୟାର୍ଡର ବାହାରେ ପଡୁଥିବା ଆବର୍ଜନା ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ଆବର୍ଜନା ପବନରେ ଉଡି ପାଖ ଚାଷ ଜମି ଉପରେ, ରାସ୍ତା ଉପରେ, ରାସ୍ତା କଡ଼ରେ ଗଦାହେବାକୁ ବସିଲାଣି । ବାହାରେ ଉଡ଼ିବା ଯୋଗୁଁ ପରିବେଶ ଦୂଷିତ ହେବା ସହ ପାଖ ଚାଷ ଜମିରେ ପଲିଥିନ ମାଟି ଭିତରକୁ ଯିବା ଫଳରେ ଚାଷ ଜମିର ଉର୍ବରତା କମିଯିବ ବୋଲି ଜମି ମାଲିକ ଅଭିଯୋଗ କରିଛନ୍ତି । ଏଣୁ ଡମ୍ପିଂୟାର୍ଡ ପରିଚାଳନା କମିଟି କୁଢ଼କୁଢ଼ ଅଳିଆ ଆବର୍ଜନାକୁ ଭିତରେ ଗଦା କରିବା ପ୍ରତି ଧ୍ୟାନ ଦେବା ସହ କିପରି ସେହି ଆବର୍ଜନା ବାହାରକୁ ନ ଆସିବ ସେ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

13 + 14 =