ଘରଘର ଯାଇ ସର୍ଭେ କରୁଛନ୍ତି ବାଉଁଶୁଣୀ ସେକ୍ଟରର ଆଶା ଓ ଅଙ୍ଗନୱାଡ଼ିକର୍ମୀ

0 264

ବୌଦ୍ଧ/ବାଉଁଶୁଣୀ,୨୮/୫- କରୋନାର ଦ୍ୱିିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଘରଘର ବୁଲି କରୋନା ସର୍ଭେ କରୁଛନ୍ତି ଆଶା ଓ ଅଙ୍ଗନୱାଡ଼ିକର୍ମୀ । ବୌଦ୍ଧବ୍ଲକ ବାଉଁଶୁଣୀ ସେକ୍ଟରର ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀ ଘରକୁ ଘର ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ସଚେତନ କରୁଛନ୍ତି । କୋଭିଡ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେଇ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ମୁହଁରେ ମାକ୍ସ, ହାତରେ ସାନିଟାଇଜର , ସାମାଜିକ ଦୂରତା, ଗହଳିକୁ ଯିବା ନାହିଁ , ବାହାରେ ସବୁବେଳେ ବୁଲିବା ନାଁହିଁ ଏହିସବୁ ନିୟମକୁ ମାନି ରହିଲେ ଆମେ ଜିତିବା କରୋନା ହାରିବ ବୋଲି ବୁଝାଇଥିଲେ । ଖଜାପଦର, ଜମଘାଟି(୧), ବୈଦ୍ୟନାଥପୁର, ବାଉଁଶୁଣୀ ,ଡିମିରିପାଲି, ଗଡଭିତର, ଛେଳିବାହାଲ, ହିଲୁଙ୍ଗ, ଟାଟରକିଲା ଆଦି ଅନେକ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

11 + six =