ବୌଦ୍ଧ: ସହରାଞ୍ଚଳରେ କମୁଛି ଓ ଗ୍ରାମାଞ୍ଚଳରେ ବୃଦ୍ଧିପାଉଛି କରୋନା ସଂକ୍ରମଣ

0 1,766

ବୌଦ୍ଧ,୩୦/୫- ବୌଦ୍ଧଜିଲ୍ଲାରେ ବେଲଗାମ ହେଉଛି କରୋନା ସଂକ୍ରମଣ । କରୋନାର ଦ୍ୱିତୀୟ ଲହର୍‌ ଆସିବା ସମୟରେ ପ୍ରଥମରେ ବୌଦ୍ଧ ସହରାଞ୍ଚଳ ସମେତ ଚାରିଛକ, ପୁରୁଣାକଟକ, ମନମୁଣ୍ଡା ଓ କଣ୍ଟାମାଳ ଆଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଜିଟିଭ ଚିହ୍ନଟ ହେଉଥିଲେ । ବର୍ତ୍ତମାନ ଏସବୁ ଅଞ୍ଚଳରେ ସଂକ୍ରମଣ ହାର ବହୁସଂଖ୍ୟାରେ ହ୍ରାସ ପାଉଥିବାବେଳେ ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମଣ କ୍ଷୀପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଆଜି ୧୭୭ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡିଥିବାବେଳେ ଆଜିସୁଦ୍ଧା ମୋଟ ୯୮୨୩ ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଗତସପ୍ତାହ ମଧ୍ୟରେ ବୌଦ୍ଧ ସହରରେ ସଂକ୍ରମଣ କମିଛି । ବିଭିନ୍ନ ଦିନ ପଜିଟିଭ ସଂଖ୍ୟା ଏକଅଙ୍କ ମଧ୍ୟରେ ସୀମିତ ରହୁଥିବା ସହରାଞ୍ଚଳ ଅଧିବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଗୋଟିଏ ଗୋଟିଏ ଗ୍ରାମରେ ଦୈନିକ ସଂକ୍ରମଣ ଅର୍ଦ୍ଧଶତକ ପାର୍‌ କରୁଥିବା ଚିନ୍ତାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

11 + twelve =