ବିଜେପିର ୭ ବର୍ଷ ପୂର୍ତ୍ତି ଅବସରରେ ମାକ୍ସ, ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ

0 114

ଦେବଗଡ଼,୩୦/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାତ ବର୍ଷ ଶାସନକାଳର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତିଳେଇବଣି ବ୍ଲକ ଅନ୍ତର୍ଗତ ସଗୁଡା, କଂଗ୍ରେସପୁର, ଛେପିଲିପାଲି, ଧୋବଲିପଥର ତଥା ମୁନସିପାଲିଟୀ ଅଂଚଳର ବିଭିନ୍ନ ୱାର୍ଡରେ ଥିବା ଜନସାଧାରଣଙ୍କୁ କରୋନା ଭୂତାଣୁଜନିତ ସଂକ୍ରମଣକୁ ପ୍ରତିରୋଧ କରିବାକୁ ସଚେତନତା କରାଇଥିଲେ ଏବଂ ଏହି ଅବସରରେ ମାକ୍ସ, ସାନିଟାଇଜର ଆଦି ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର କୁମାର ବ୍ରହ୍ମା, ରମଣୀ ଆଚାର୍ଯ୍ୟ, ଅମୀୟ ମିଶ୍ର, ପ୍ରଭାତ କୁମାର ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ସାଧୁ ଘଡେ଼ଇ, ସତ୍ୟନାରାୟଣ ପାଣି, ସନ୍ତୋଷ କୁମାର ଭୁତିଆ, ସୁଧୀର କୁମାର ପାତ୍ର, ନରୋତ୍ତମ ସାହୁ, ଯାମିନୀ ମିର୍ଦ୍ଧା, ଅଭିମନ୍ୟୁ ପ୍ରଧାନ, କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =