ସ୍ୱେଚ୍ଛାସେବୀ ଦାହକଲେ ମୃତକଙ୍କ ମରଶରୀର

0 1,499

ବୌଦ୍ଧ,୪/୬ – ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମର ପଞ୍ଚାନନ ଭଞ୍ଜ (୬୫ ବର୍ଷ )ଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିଲା । ତାଙ୍କର ପରିବାର କହିଲେ ତାଙ୍କର ପତ୍ନୀ ଓ ଦୁଇ ଝିଅ । ତେଣୁ ତାଙ୍କର ଶବ ସତ୍କାର କରିବାପାଇଁ ସରପଞ୍ଚ ନଳିନୀ ପଲିଆ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି (ବୌଦ୍ଧ) କୁ ଜଣାଇଥିଲେ । ଖବର ପାଇବାପରେ ସଙ୍ଗେ ସଙ୍ଗେ ସଂଗଠନର ସଂଯୋଜକ ରାମଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ମଳୟ ବାରିକ, ରାଜୁ ମେହେର, ସୁମନ୍ତ ମେହେର, ବିକାଶ ମେହେର, ଇନ୍ଦ୍ରମଣି ମେହେର ପ୍ରମୁଖ ସ୍ୱେଚ୍ଛାସେବୀ ତାଙ୍କ ଘରେ ପହଞ୍ଚି ଯଥା ରୀତିନୀତି ଅନୁଯାୟୀ ବୌଦ୍ଧ ବିଡିଓ ଏବଂ ସରପଞ୍ଚଙ୍କ ସହଯୋଗରେ ଶବ ସତ୍କାର କରାଇଥିଲେ । ଉକ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ତେଲିବନ୍ଧ ଗ୍ରାମର ଶ୍ରୀନିବାସ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ଜିତୁ ସାହୁ, ସୁରେଶ ନାୟକ ସୁରେନ୍ଦ୍ର ଭୋଇ ଓ ମୁଣ୍ଡାପଡା ପଞ୍ଚାୟତର ସମିତିସଭ୍ୟ ସଞ୍ଜୟ ପ୍ରଧାନ ସହଯୋଗ କରିଥିଲେ । ମୃତକଙ୍କ ବଡ ଝିଅ ମୁଖାଗ୍ନି ଦେଇଥିଲେ । ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିର ଏ ମହତ କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 3 =