ଦଶପଲ୍ଲା,୬/୬ : ନୟାଗଡ଼ ସହରରେ ବାସ କରୁଥିବା ୧୮ ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୭ ତାରିଖରେ ଟୀକାକରଣ କରାଯିବ ବୋଲି ସୂଚନା ମିଳିଛି । ନୟାଗଡ଼ ପୌାର ପରିଷଦ ମଧ୍ୟରେ ବାସ କରୁଥିବା ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଡ. ପୋମା ଟୁଡୁ ସୂଚନା ଦେଇଛନ୍ତି । ଏଥିପାଇଁ ଅନଲାଇନ ମାଧ୍ୟମରେ ହିତାଧିକାରୀଙ୍କୁ ନିଜର ନାମ ପଞ୍ଜୀକରଣ କରିବା ସହ ସ୍ଲଡ ବୁକିଂ କରାଇବା ବାଧ୍ୟତାମୂଳକ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ଏହା ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅବସ୍ଥିତ କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ଜଣାଯାଇଛି । ସକାଳ ୯ଘଟିକା ଠାରୁ ଟିକାକରଣ ଆରମ୍ଭ ହେବ ବୋଲି ଜଣାଯାଇଛି ।