ପାଟଣାଗଡ ବିଧାୟକଙ୍କ ଦ୍ୱାରା ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ

0 112

ପାଟଣାଗଡ,୬/୬: କରୋନା ସମୟରେ ପାଟଣାଗଡ ବିଧାୟକଙ୍କ ମହାନତା । ଏହି ସଙ୍କଟ ସମୟରେ ଲୋକ ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । କରୋନା ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭିତରେ ଖାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ସହ ଶନିବାର ଓ ରବିବାର ଦିନ ସଟ ଡାଉନ୍‌ ରହୁଥିବାରୁ ଦୋକାନ ବଜାର ବନ୍ଦ ରହୁଛି । ବାହାରୁ ଆସୁଥିବା ଲୋକମାନେ ବହୁ ହଇରାଣ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ସମେତ ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଘସିଏନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ରନ୍ଧାଖାଦ୍ୟ ସହ ବିସ୍କୁଟ କେକ୍‌ ଆଦି ବିଧାୟକ ନିଜେ ପାଟଣାଗଡ ଡାକ୍ତର ଖାନା ପରିସର ରେ ପହଞ୍ଚି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମାନଙ୍କୁ ବଣ୍ଟନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =