ନିଷିଦ୍ଧାଞ୍ଚଳ ଦୁର୍ଗା ପ୍ରସାଦରେ କରୋନା କଟକଣାକୁ ଫୁ’

0 94

ଦଶପଲ୍ଲା,୬/୬ :- ନୟାଗଡ ଜିଲ୍ଲାର ଗ୍ରାମାଳରେ କରୋନା, ତାର ଉପସ୍ଥିତି ଜାହିର୍‌ ରଖିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ତା ୧/୬/୨୦୨୧ରିଖ ଦିନ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ । କିଛି ଗ୍ରାମବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ, ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସ୍ଥାନୀୟ ସରପଂଚ ଓ ପ୍ରଶାସନ । କିନ୍ତୁ ଆଜି ଦିନ ୧୧ ସମୟରେ, ଆମ ପ୍ରତିନିଧିଙ୍କ ସମେତ ଆଉକିଛି ଗଣମାଧ୍ୟମ ପ୍ରତିନିଧି , ଦୁର୍ଗାପ୍ରସାଦ କଣ୍ଟେନ୍‌ ମେଣ୍ଟ ଜୋନ୍‌ ଅବରୋଧ ସ୍ଥଳ ନିକଟରେ ପହଞ୍ଚିବା ପରେ, ସେଠାକାର ସ୍ଥିତି ଦେଖି ହତବାକ୍‌ ହୋଇଯାଇଥିଲେ । ନାମକୁ ମାତ୍ର ଏକ କାଠ ପକାଇ ଲୋକ ଦେଖାଣିଆ ଭାବେ ଅବରୋଧ କରାଯାଇଥିବା ବେଳେ , ଏହି ବାଟଦେଇ, ବହୁଲୋକ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା । ସଚେତନତାର ଅଭାବ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − twelve =