କରୋନା କଟକଣାର ଧଜ୍ଜିଆ ଉଡାଇଲେ : ଏକାଠି ପୋଖରୀରୁ ମାଛ ଧରିଲେ ଶହଶହ ଲୋକ

0 234

ବୌଦ୍ଧ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ତଥା ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି । ସଂକ୍ରମଣକୁ ଏଡାଇବା ପାଇଁ କୋଭିଡ ନିୟମ ତଥା କଟକଣା ଲାଗୁ କରାଯାଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଏହାର ଖୋଲା ଉଲ୍ଲଂଘନ ହେଉଛି । ଏପରିକି କେତେକ ସ୍ଥାନରେ ଏହି କଟକଣାର ଧଜ୍ଜିଆ ମଧ୍ୟ ଉଡାଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଏବେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ପଞ୍ଚାୟତରେ ଦଖିବାକୁ ମିଳିଛି ।
ଉମା ପଞ୍ଚାୟତ ସରପଞ୍ଚଙ୍କ ନିଜ ଗ୍ରାମରେ ଥିବା ଏକ ପୋଖରୀରୁ ଶହଶହ ଲୋକ ଏକାଠି ହୋଇ ମାଛ ଧରିଥିଲେ । କେହିବି କରୋନା କଟକଣା ମାନିନଥିଲେ । କାହା ମୁହଁରେ ମାସ୍କ ନଥିଲା କି କେହି ସାମାଜିକ ଦୂରତା ରକ୍ଷା କରିନଥିଲେ । କରୋନା କଟକଣାର ଏଭଳି ଖୋଲା ଉଲ୍ଲଂଘନ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଚୁପ୍‌ ରହିବା ବିଭିନ୍ନ ମହଲରେ ଆଲୋଡନ ଓ ବିସ୍ମୟ ସୃଷ୍ଟି କରିଛି । ପୋଖରୀ ପଞ୍ଚାୟତ ଅଫିସ ସାମ୍ନା ଓ ଖୋଦ ସରପଞ୍ଚଙ୍କ ଗ୍ରାମରେ ହୋଇଥିଲେ ସୁଦ୍ଧା ସରପଞ୍ଚ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ମାନ୍ୟତା ଦେଇଥିବା ବେଳେ ଖୋଦ ସରପଞ୍ଚଙ୍କ ଗ୍ରାମରେ ଏମିତି ଘଟଣା ଦେଖିବାକୁ ମିଳୁଛି, ଯାହା ଅତ୍ୟନ୍ତ ଉଦ୍‌ବେଗଜନକ ।

hiranchal ad1
Leave A Reply

Your email address will not be published.

eighteen + 11 =