ପ୍ରେମ ଓ ପ୍ରତାରଣା : ସ୍ୱାମୀଙ୍କ ନାମରେ ଏତଲା ଦେଲେ ପତ୍ନୀ
ସୁବର୍ଣ୍ଣପୁର : ପ୍ରେମ କରି ବାହା ହେଲେ, ତେବେ ବାହା ହେବାର ୨ ମାସ ପରେ ପୁଣି ଛାଡିଦେଲା ସ୍ୱାମୀ । ସ୍ୱାମୀଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଇଛନ୍ତି ପିଡୀତା ମହିଳା ଜଣକ । ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ସହରର ମାଲିପଡାର ଜ୍ଞାନ ରଞ୍ଜନ ମହାନ୍ତି ବେହେରାମାଲର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଗତ ମାର୍ଚ୍ଚ ମାସ ୯ ତାରିଖରେ ସମ୍ବଲପୁର ଜିଲ୍ଲା ମେରେଜ ଅଫିସରଙ୍କ ସାମ୍ନାରେ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ପରେ କିଛି ଦିନ ଦାମ୍ପତ୍ୟ ଜୀବନ ବିତାଇବା ପରେ ଘରୁ ଉଭୟେ ବଲାଙ୍ଗିର ଯାଇଥିଲେ । ସେଠାରେ ଜ୍ଞାନ ରଞ୍ଜନ ତାଙ୍କୁ ଛାଡି କୁଆଡେ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ସେଠାରୁ ଫେରି ଜ୍ଞାନଙ୍କ ଘରକୁ ଗଲାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ସେଠାରୁ ଘଉଡି ଦେଇଥିଲେ । ଏନେଇ ଯୁବତୀ ଜଣକ ସୋନପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ହେଲେ ଆଜି ଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ତେବେ ମୋତେ ନ୍ୟାୟ ଦେବା ସହ ପୋଲିସ ତୁରନ୍ତ ଜ୍ଞାନକୁ ଗିରଫ ନକଲେ ମୁ ଆତ୍ମାହୁତି ଦେବାକୁ ବାଧ୍ୟ ହେବି ବୋଲି ପିଡିତା ଜଣକ କହିଛନ୍ତି ।