ଅରକ୍ଷିତଙ୍କୁ ସାହାଯ୍ୟର ହାତ ବଢାଇଲେ ହରଭଙ୍ଗା ବିଡିଓ
ହରଭଙ୍ଗା : ବଣ ପାହାଡ ଘେରା ଭିତରେ ଅସହାୟ ଅବସ୍ଥାରେ ୮ ଟି ସନ୍ତାନର ବାପା ଅରକ୍ଷୀତ ପ୍ରଧାନଙ୍କ ପରିବାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ହରଭଙ୍ଗା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରା । ହରଭଙ୍ଗା ବ୍ଲକ ବାଣିଭୁଷଣପୁର ପଂଚାୟତର ଭଉଁରୀପଥର ଠାରେ ଥିବା ଜଙ୍ଗଲ ମଧ୍ୟରେ ରହନ୍ତି ଅସହାୟ ଅବସ୍ଥାରେ ଅରକ୍ଷିତ ପ୍ରଧାନଙ୍କ ସପରିବାର । ଅରକ୍ଷିତଙ୍କ ପରିବାରରେ ୮ ଟି ସନ୍ତାନ ସହ ସ୍ତ୍ରୀ ରହନ୍ତି । ଅରକ୍ଷିତ ଦୁଃଖକଷ୍ଟରେ ରହୁଥିବା ବେଳେ ନିଜର ବୋଲି ଜମେ ଖଣ୍ଡେ ନାହିଁ । ମାଗିଯାଚି ମୂଲକରି କଷ୍ଟରେ ପରିବାର ଚଳୁଥିବାବେଳେ ଏହାକୁ ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟ୍ୟମରେ ଖବର ପ୍ରକାଶ ପାଇଥିଲା । ପରେ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଅସହାୟ ଅରକ୍ଷିତଙ୍କ ପରିବାରଙ୍କୁ ଏକ ଆବାସ ଯୋଜନା ଗୃହ ସହ ରେସନ୍ କାର୍ଡ ଯୋଗାଇ ଦିଆଯାଇଥିଲା । ଏପରିକି ଲକ୍ଡାଉନ୍ ସମୟରେ ସବୁଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ପରିବାର ଛୋଟ ଛୋଟ ପିଲାମାନଙ୍କୁ ମାଗଣାରେ ପୋଷାକ, ଜୋତା, ଟୋପି ପିନ୍ଧାଇ ନୂତନଘରକୁ ପ୍ରବେଶ କରାଯାଇଥିଲା । ଏହି ସମୟରେ ହରଭଙ୍ଗା ବିଡିଓଙ୍କ ସମେତ ସ୍ଥାନିୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ପାତ୍ର ଉପସ୍ଥିତ ଥିଲେ । ଫଳରେ ଅସହାୟ ପରିବାର ବର୍ତ୍ତମାନ ନୂତନ ଗୃହରେ ରହିବାସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ୍ ହୋଇଥିବାରୁ ପରିବାର ପକ୍ଷରୁ ବିଡିଓଙ୍କୁ କୃତଜ୍ଞତା ଜଣାଇଥିବାବେଳେ ସାଧାରଣରେ ବିଡିଓଙ୍କ ଏଭଳି କାଯ୍ୟକୁ ପ୍ରଶଂସା କରାଯାଇଥିବା ଜଣାପଡିଛି ।