ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ
ବୌଦ୍ଧ,୧୬/୬- କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ପୋଡାପଦର ଗ୍ରାମର କିଛି ବ୍ୟକ୍ତି ବିଲରୁ ଏକ ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ପ୍ରକାରେ ବୁଧବାର ସକାଳୁ ଉମା ଚୌହାନ ନାମକ ଜଣେ ମହିଳା ଟୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ମୟୂର ଦେଖିବାକୁ ପାଇଥିଲେ । ନିକଟରେ ଥିବା ଏକ ନାଳକୁ ଶୌଚ ପାଇଁ ଯାଇଥିବା କିଛିଲୋକଙ୍କୁ ସେ ଖବର ଦେଇଥିଲେ ।
ଘଣ୍ଟେଶ୍ୱର ନାଏକ, ବଳରାମ ସାହୁ, କୃଷ୍ଣ ଚୌହାନ, ରବିନ୍ଦ୍ର ନାଏକ ଓ ପ୍ରଶାନ୍ତ ନାଏକ ଉକ୍ତ ମୟୂରକୁ ଉଦ୍ଧାର କରି ଘରକୁ ଆଣିବା ସହ ବନବିଭାଗକୁ ଖବର ଦେଇଥିଲେ । କଣ୍ଟାମାଳ ରେଞ୍ଜ ଅଧିକାରୀ କ୍ଷୀରାବ୍ଧି ପ୍ରଧାନଙ୍କ ନିର୍ଦ୍ଦେଶରେ ବନବିଭାଗର କିଛି କର୍ମଚାରୀ ପୋଡାପଦର ଗ୍ରାମକୁ ଆସି ମୟୂରକୁ ନେଇଥିଲେ । ତେବେ ମୟୂରଟି ନିକଟ ସୁନାଦେଇ ପାହାଡରୁ ଆସିଥିବା ଅନୁମାନ କରାଯାଏ ବୋଲି ଘଣ୍ଟାପଡା ବନରକ୍ଷୀ ପ୍ରଶାନ୍ତ ବାରିକ କହିଛନ୍ତି । ମୟୂର ପକ୍ଷୀଟି ଦୁର୍ବଳ ଅଛି ତାକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଇ ସଂରକ୍ଷିତ ଜଙ୍ଗଲ କିମ୍ବା ନନ୍ଦନକାନନକୁ ପଠାଇବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନ ।