କରୋନା ଉଜାଡି ଦେଲା ଜୀବନଜୀବିକା , ଦୁର୍ଦ୍ଦିନରେ ବାଉଁଶ କାରୀଗର

0 134

ଦଶପଲ୍ଲା :କରୋନା ଉଜାଡି ଦେଲା ଜୀବନ ଜୀବିକା । ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚ଼ାୟତର ୨୫ଟି ବାଉଁଶ କାରିଗର ପରିବାର ।
ଦିନେ ଏମାନଙ୍କ ହାତ ତିଆରି ରଙ୍ଗ ବେରଙ୍ଗର ବାଉଁଶ ଟୋପି, ତଲେଇ, ଫୁଲ ତୋଳା, ଚାଂଗୁଡି, କୁଲା ଇତ୍ୟାଦି ଲୋକମାନଙ୍କର ମନ ମୋହୁଥିଲା । ଗାଁ ଗାଁ ବୁଲି ଲୋକମାନଙ୍କୁ ଏହି ବାଉଁଶ କାରୀଗରମାନେ ଏ ସବୁ ଜିନିଷ ବିକ୍ରୟ କରି ନିଜ ଜୀବିକା ନିର୍ବାହ କରିଥିଲେ । ତତ୍‌ ସଂଗେସଂଗେ ଓଡ଼ିଶାର ବିଭିନ୍ନ ପୂଜା, ମହୋତ୍ସବ, ମେଳଣ ଆଦିରେ ଏସବୁ ଜିନିଷ ବିକ୍ରି କରି ଭଲ ଦି ପଇସା ରୋଜଗାର କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ ।

hiring

ବାଉଁଶ ହସ୍ତକଳାର ଜଣେ କାରୀଗର ପ୍ରକାଶ କୁହନ୍ତି ସମ୍ବଲପୁରର ଶୀତଳଷଷ୍ଠୀ, ଖଣ୍ଡଗିରି ମେଳା, ବାଲିଯାତ୍ରା , ହରିରାଜପୁର ମେଳଣ , ବ୍ରହ୍ମପୁର ର ଠାକୁରାଣୀ ଯାତ୍ରା ଭଳି ବହୁ ମେଳା ମହୋତ୍ସବରେ ଆମେ ଏହି ବାଉଁଶ ତିଆରି ଜିନିଷ ବିକ୍ରି କରି ପରିବାର ପ୍ରତି ପୋଷଣ କରୁଥିଲୁ । କିନ୍ତୁ କରୋନା ଓ ଲକ୍‌ ଡାଉନ୍‌ ଯୋଗୁଁ କୌଣସି ଗାଁ ଲୋକ ନିଜନିଜ ଗାଁକୁ ଯିବାପାଇଁ ରୋକ୍‌ ଲଗାଇବା ଓ ମେଳା ମହୋତ୍ସବ ବନ୍ଦ ଯୋଗୁଁ ଆମେ ଜିନିଷ ତିଆରି ଓ ବିକ୍ରୀ ବଟା କରିନପାରି ଦିନେ ଖାଇଲେ ଦିନେ ଓପାସରେ ରହୁଛୁ । ତେଣୁ ବାଧ୍ୟ ହୋଇ କିଲେ ଦି କିଲୋ ଚାଉଳ ପାଇଁ ରାସ୍ତା କଡରେ ବସି ଆମ୍ବ ,ପଣସ , ଖଜୁରୀ କୋଳି ବିକି ନିଜ ପରିବାର ଚଳାଉଛୁ । ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ଆମପାଇଁ କିଛି ବ୍ୟବସ୍ଥା କଲେ ଆମେ ଉପକୃତ ହୁଅନ୍ତୁ ।

hiranchal ad1
Leave A Reply

Your email address will not be published.

12 + 13 =