କଣ୍ଟାମାଳ,୨୦/୬- ସାଥୀ ଶିକ୍ଷକ ଉମେଶ କହଁରଙ୍କ କରୋନରେ ମୃତ୍ୟୁକୁ ନେଇ ଆଜି କଣ୍ଟାମାଳବ୍ଳକ ସିଆରସିସି ସଂଘ ତରଫରୁ ଏକ ଭର୍ଚୁଆଲ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସତ୍ୟନାରାୟଣ ରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ଆନନ୍ଦ ପରମଗୁରୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ସାଥୀ ଶିକ୍ଷକ ବନ୍ଧୁମାନେ ସ୍ୱର୍ଗତ କହଁରଙ୍କ ସ୍ମୃତିଚାରଣ କରିବାସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଶୋକବ୍ୟକ୍ତ କରିଥିଲେ । ଏକ ଆଦିବାସୀ ପରିବାରରୁ ଆସି ଶିକ୍ଷା ବୃତ୍ତିକୁ ଆପଣେଇଥିବା ସ୍ୱର୍ଗତ କହଁରଙ୍କ ପରିବାରର ଆର୍ଥିକ ଅବସ୍ଥା ଆଦୌ ସ୍ୱଚ୍ଛଳ ନଥିବାରୁ ତାଙ୍କ ପତ୍ନୀଙ୍କୁ ଯୁଦ୍ଧକାଳୀନ ଭତ୍ତିରେ ସରକାରୀ ଚାକିରୀ ସହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ୱତ୍ତି ନିଆଯାଇଥିଲା । ଏହି ଭର୍ଚୁଆଲ ଶୋକସଭାରେ ସିଆରସିସି ରୂପାସିଂ କ୍ଷେତି, ମଦନମୋହନ ବେହେରା, ନିରାକର ସାହୁ, ପ୍ରଜୀଣା ପାଢୀ, ଯୁଧିଷ୍ଠିର କହଁର, ଶଶୀ ଭୋଇ, ବେଦବ୍ୟାସ ପୁଟା, ରଞ୍ଜିତ କୁମାର ରଣା, ବିଜୟ ମାଝୀ, ଦେବାନନ୍ଦ ବେହେରା, ହୃଦାନନ୍ଦ ଦନ୍ତା, ନୈରଶ ଚନ୍ଦ୍ର ସୁନା, ମନୋରଞ୍ଜନ ନାଏକ ପ୍ରମୁଖ ସାମିଲ ହୋଇଥିଲେ ।