ଏନ୍‌ଏସ୍‌ଏସ୍‌ ପକ୍ଷରୁ ଯୋଗ କର୍ମଶାଳା ଅନୁଷ୍ଠିତ

0 116

ବୌଦ୍ଧ/ବାଉଁଶୁଣୀ,୨୧/୬- ବୌଦ୍ଧଜିଲ୍ଲା ବାଉଁଶୁଣୀ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନଭଞ୍ଜନ ତ୍ରିପାଠୀ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୁମୁଡିବନ୍ଧ ଜିଲ୍ଲା-କନ୍ଧମାଳର ଶିକ୍ଷା ବିଭାଗର ଅଧ୍ୟାପକ ସତ୍ୟ ପାଣିଗ୍ରାହୀ ଯୋଗଦେଇ ଅତିଥିମାନେ ଯୋଗ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୋଗ କର୍ମଶାଳାର ଆବାହକ ତଥା ବୌଦ୍ଧଜିଲ୍ଲାର ଡିପିଓ ଏନ୍‌ଏସ୍‌ଏସ୍‌ ଡା. ମନୋରଞ୍ଜନ ଘଡେଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ଉଲୁଣ୍ଡା ଜିଲ୍ଲା ସୁବର୍ଣ୍ଣପୁର, ଇତିହାସ ବିଭାଗର ଅଧ୍ୟାପକ ତଥା ଯୋଗଗୁରୁ ଦୁର୍ଗାଚରଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଭିନ୍ନ କୌଶଳ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଯୋଗ ଏକ ନିତ୍ୟ ସାଧନା ଏବଂ ଏହା ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେନ୍ଦ୍ୟ ଅଙ୍ଗ ଭାବେ ବୋଲି କହିବାସହ ଉପସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଓ ପ୍ରଶିକ୍ଷାର୍ଥୀଙ୍କୁ ଆସନ, ମୁଦ୍ରା, ପ୍ରାଣାୟମ ସଂପର୍କରେ ସୂଚନା ଦେବାସହ ସୂର୍କ୍ୟ ନମସ୍କାର, ବଜ୍ରାସନ, ଅର୍ଦ୍ଧ ବକ୍ରାସନ, ଶସାକାସନ, ମଣ୍ଡୁକାସନ, କପାଳଭାତି, ଅନୁଲୋମବିଲୋମ, ଭ୍ରାମରୀ ପ୍ରାଣାୟମ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏହି କର୍ମଶାଳାରେ ୭୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ, ଅଧ୍ୟାପକ ଏବଂ ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ । ଶେଷରେ ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ସ୍ୱାଗତିକା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one + ten =