ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 102

ଗଜପତି,୨୧/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ପତାଞ୍ଜଳି ଯୋଗ ସମିତି ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ସୁସ୍ଥ ରହେ । ପ୍ରତ୍ୟେକ ବ୍ୟକ୍ତି ଯୋଗ ଅଭ୍ୟାସ କରିବା ଦରକାର । ବର୍ତ୍ତମାନ କରୋନା ମହାମାରୀ ସମୟରେ ସମସ୍ତେ ନିୟମିତ ଯୋଗ କରିବା ଆବଶ୍ୟକ ରହିଛି । ଏହି କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତିର ଜିଲ୍ଲା ଯୋଗ ପ୍ରଭାରି ବିଘ୍ନେଶ ଦାସ, କୃଷି ପ୍ରଭାରୀ ଏ.ଜଗନ୍ନାଥ ରାଜୁ, ଯୁବ ପ୍ରଭାରୀ ସୁଶାନ୍ତ ମହାପାତ୍ରଙ୍କ ସମେତ ପତଞ୍ଜଳି ଯୋଗ ସମିତିର ସଦସ୍ୟମାନେ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିବାର ଦେଖିବାକୁ ମିଳିଛି । ସେହିଭଳି ସହରର ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଗୁରୁଜୀ ଗୁରୁମାମାନେ ଯୋଗ କରିଥିବା ଦେଖିବାକୁ ମିଳିଛି ।

hiring

ଏହି କାର୍ଯ୍ୟକ୍ରମ ସ୍କୁଲର ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହିଳା ପତଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଆଶାଲତା ପାଣିଗ୍ରାହୀ ଯୋଗ ଦେଇ ଯୋଗ କରିବା ଦ୍ୱାରା ସୁସ୍ଥ ରହିବା ସକାଶେ ଏହା ଏକ ମାଧ୍ୟମ ଅଟେ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି, ସାନିଟାଇଜର ବ୍ୟବହାର କରି ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

4 × 5 =