କଣ୍ଟାମାଳ କଲେଜ ପକ୍ଷରୁ ଭର୍ଚୁଆଲ ଯୋଗ ଶିବିର

0 154

କଣ୍ଟାମାଳ,୨୧/୬- କଣ୍ଟାମାଳ ପଞ୍ଚାୟତ କଲେଜର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତମ ଆନ୍ତର୍ଜାତିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ଶିବିରରେ ମହାବିଦ୍ୟାଳୟର ପୂର୍ବତନ ଶିକ୍ଷାବିଭାଗ ଅଧ୍ୟାପକ ସନ୍ତୋଷକୁମାର ବିଶି ମୁଖ୍ୟଅତିଥ ôଭାବେ ଯୋଗଦେଇ ଯୋଗ ଭାରତୀୟ ସଂସ୍କୃତିର ଏକ ଅନନ୍ୟ ପରିଚୟ, ଯାହା ବିଶ୍ୱସ୍ତରରେ ଯୋଗର ଆବଶ୍ୟକତାକୁ ସମସ୍ତେ ଆପଣେଇଛନ୍ତି ଓ ମହାମାରୀ କରୋନା ସମୟରେ ଯୋଗର ଉପଯୋଗିତା ବହୁ ମାତ୍ରାରେ କରୋନା ରୋଗୀଙ୍କ ଶରୀରରେ ଅକ୍ସଜେନ ପରିମାଣ ବୃଦ୍ଧିରେ ସହାୟକ ହୋଇଛି ବୋଲି କହିଥିଲେ ।

hiring

କାର୍ଯ୍ୟକ୍ରମଟିକୁ ଜାତୀୟ ସେବା ଯୋଜନାର ପ୍ରକଳ୍ପ ଅଧିକାରୀ ଅଧ୍ୟାପକ ଅର୍ପୀତ ସାହୁ ଓ ପୌଲସ୍ତି ପ୍ରଧାନ ସଂଯୋଜନା କରିଥିବା ବେଳେ ଜାତୀୟ ଅଧ୍ୟାପକ ସୁନୀଲ ହରିପାଲ ଓ ମାନୀନୀ ଦାଶ ସହଯୋଗ କରିଥିଲେ । ରୋହିତ ରଣା ଯୋଗ ଶିକ୍ଷା ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୋଟ ୪୫ ଜଣ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 3 =