କୁଟିଆ ଆଦିମ ଜନଜାତିଙ୍କୁ ସାହାରା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ବାଲିଗୁଡ଼ା.: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଣ୍ଡିଗଡ଼ ପଞ୍ଚାୟତର ପାଲକି ପଦର ଓ ଗୁମା ପଞ୍ଚାୟତର ଡୁପି ଓ ମାଦାଗୁଡା ପଞ୍ଚାୟତର ପବନ ଗାଁ ରେ ବସବାସ କରୁଥିବା ଜନଜାତିଙ୍କ ପରିବାରକୁ ସମ୍ପାଦକ ସୁକାନ୍ତ କୁମାର ନାୟକ ସେମାନଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହା ସହ କିଭଳି ୪୫ ବର୍ଷରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ସମସ୍ତେ ଟିକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କ ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଲିଫଲେଟ ପ୍ରଦାନ କରଯାଇଥିଲା । ତୁମୁଡ଼ିବନ୍ଧ ବ୍ଲକର ମୁଣ୍ଡିଗଡ ପଞ୍ଚାୟତର ଘୁମୁରା ଗାଁ, ବିଲାମାଳ ପଞ୍ଚାୟତର ଗରାଙ୍ଗୀ, ବେଲଘର ପଞ୍ଚାୟତର ବୁଲୁବାରୁ, ଗୁମା ପଞ୍ଚାୟତର ଡୁପି ଏଭଳି ୧୦ଟିଗାଁର ୩୦୦ପରିବାରକୁ ସଚେତନତା ସହ ସଂପୂର୍ଣ୍ଣ ଟିକା କାରଣ ଉପରେ ଗୁରୁତ୍ୱ ଦେଇ ସଚେତନତା କରିଥଲେ । ତୃତୀୟ ଲହର କିଭଳି କୁଟିଆ କନ୍ଧଙ୍କୁ ଛୁଇଁ ପାରିବନାହିଁ ସେ ନେଇ ଏବେ ଠାରୁ ହିଁ ପ୍ରସ୍ତୁତ ରହିବାକୁ ସଂପାଦକ ଶ୍ରୀ ନାୟକ କହିଥିଲେ । ଏଭଳି କରୋନା ମହାମାରୀ ସମୟରେ ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲର ଦୁର୍ଗମ ଅଞ୍ଚଳ ତୁମୁଡ଼ିବନ୍ଧ ଓ କୋଟଗଡ଼ ସାମ୍ବାଦିକଙ୍କୁ କରୋନା କୀଟ ପ୍ରଦାନ, ଦୁର୍ଗମ ଅଞ୍ଚଳରେ ସଚେତନତା ଓ ଶୁଖିଲା ଖାଦ୍ୟ ପ୍ରଦାନ କରି ବୁଦ୍ଧିଜିବୀ, ବନ୍ଧୁ ବର୍ଗ ଓ ସାଧାରଣ ଲୋକଙ୍କ ଠାରୁ ଶୁଭେଚ୍ଛା ସାଉଁଟିଛନ୍ତି ।