ବୌଦ୍ଧ,୧/୭- ଆଜି ବୌଦ୍ଧବ୍ଲକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ତରଫରୁ କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ୮୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ବୌଦ୍ଧ ଷ୍ଟେଟବ୍ୟାଙ୍କ ଜରିଆରେ ଜମାକରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି । ଗତବର୍ଷ ୨୦୨୦ମସିହାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୌଦ୍ଧବ୍ଲକର ଶିକ୍ଷକମାନଙ୍କ ତରଫରୁ ଅର୍ଥଦାନ କରାଯାଇଥିଲା ।