ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

0 248

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋକ୍ସ ଅଦାଲତ ଅଭିଯୁକ୍ତ ଟୁନା ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୪ ମସିହା ଖରା ଛୁଟିରେ ନାବାଳିକା ସ୍କୁଲ ଛାତ୍ରୀ ଜଣଙ୍କ ହଷ୍ଟେଲରୁ ଆସି ନିଜ ଘରେ ଥିବାବେଳେ ଦିନେ ରାଇକିଆକୁ ବହିକିଣିବାକୁ ଯାଇଥିଲା । ସେଠାରେ ଅଭିଯୁକ୍ତ ଟୁନା ପ୍ରଧାନ ତାକୁ ନିଜଘରକୁ ଡାକି ନେଇଥିଲା ଏବଂ ରାତିରେ ସେହି ଘରେ ତା ସହ ତାର ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା । ତା ପରବର୍ତ୍ତୀ ସମୟରେ ୨୦୧୫ ଜାନୁଆରୀ ମାସରେ ନାବାଳିକା ଜଣଙ୍କ ହଷ୍ଟେଲରେ ଏକ ପୁତ୍ର ସନ୍ତାନ ଜନ୍ମଦେଇଥିଲେ । ହଷ୍ଟେଲ ସୁପରୀଟେଣ୍ଡେଣ୍ଟଙ୍କ ରିପୋର୍ଟ ଆଧାରରେ ଜି ଉଦୟଗିରି ଥାନା କେଶ ନମ୍ବର ୦୯/୨୦୧୫ ର ବିଚାର କରି ମାନ୍ୟବର ପୋକ୍ସ କୋର୍ଟ ର ବିଚାରପତି ସୌମ୍ୟକ ପାତ୍ର ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ବୟସ ସେତେବେଳେ ୧୫ ବର୍ଷ ହୋଇଥିଲା । ସମୁଦାୟ ୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ତାଙ୍କ ରାୟ ଶୁଣାଇଥିଲେ । ଅସୀମ କୁମାର ପ୍ରହରାଜ ସ୍ୱତନ୍ତ୍ର ପିପି ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

two × one =