ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ : ସରକାରଙ୍କୁ ସହାୟତା ଦାବୀ କଲା ସଂଘ

0 341

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନଠାରେ ଉପଖଣ୍ଡ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡର୨୦ରୁ ଉର୍ଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ କର୍ମଚାରୀ ଯୋଗଦେଇଥିଲେ । ମହାମାରୀ କରୋନା ଭୂତାଣୁ ସାରା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଯାହାଫଳରେ ଅନେକଙ୍କ ଜୀବନ ନେଲାଣି କିଲର୍ କରୋନା । ଏଭଳି ପରିସ୍ଥିତିରେ ଅନେକ ନିଜର ଜୀବିକା ହରାଇଥିବା ବେଳେ ଶିକ୍ଷା ଉପରେ ମଧ୍ୟ ଏହାର ଘୋର ପ୍ରଭାବ ପଡ଼ିଛି । ଏଭଳି ସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅଭିଭାବକମାନେ ଫିସ୍ ଦେଇପାରୁନଥିବା ବେଳେ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଥିବା ସଂଘ ପକ୍ଷରୁ ରାଜ୍ୟ ଉପସଭାପତି, ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ଉପସଭାପତି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ଜଣାଇଛନ୍ତି । ଏଣୁ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟାନ ଦେଇ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାସହ ବିଦ୍ୟାଳୟ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସଂଘ ଦାବୀ ରଖିଛି । ଏନେଇ ୬ ଦଫା ଦାବୀ ରଖିଛି ସଙ୍ଘ । ସେପଟେ ବିଦ୍ୟାଳୟ ବନ୍ଦ୍ ଥିବା ଯୋଗୁଁ ବିଦ୍ୟାଳୟ ଠିକ୍ ଭାବରେ ଚାଲିପାରୁନାହିଁ । ଫଳରେ କାର୍ଯ୍ୟରତ କର୍ମଚାରୀମାନେ ଉପଯୁକ୍ତ ପାଉଣା ପାଇପାରୁ ନାହାନ୍ତି । ଯାହାଫଳରେ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇପଡିଲାଣି । ଏଣୁ ରାଜ୍ୟ ସରକାର ଆମକୁ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଦାବୀ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏହି କାର୍ଯ୍ୟକ୍ରମରେ ସଙ୍ଘର ରାଜ୍ୟ ଉପସଭାପତି ଶ୍ରୀ ପାଢ଼ୀଙ୍କ ସମେତ ଦାରିଙ୍ଗବାଡ଼ିରୁ କାହ୍ମୁଚରଣ ପାଢ଼ୀ, ସାରଙ୍ଗଡ଼ରୁ ବିଷ୍ଣପ୍ରସାଦ ପାତ୍ର, ତୁମୁଡ଼ିବନ୍ଧରୁ ହୀରାଲାଲ୍ ପ୍ରଧାନ, ରୁତୁଙ୍ଗିଆରୁ ଫାଦର ଯୋଶେଫ୍‌, ବାରଖମାରୁ ଫାଦର ବିନୋଦ, ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ରବିନ୍ କୁମାର ମିଶ୍ର, କ.ନୂଆଗାଁରୁ କାଳୀପ୍ରସାଦ ତ୍ରୀପାଠୀ, ବାଲିଗୁଡ଼ା ସେଣ୍ଟ୍ ଯୋନ୍ ସ୍କୁଲରୁ ପ୍ରେମାନନ୍ଦ ନାୟକ, ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ୍ ସ୍କୁଲରୁ କୃଷ୍ଣଚନ୍ଦ୍ର ମହାପାତ୍ର, ବାଲିଗୁଡ଼ା ଶିକ୍ଷାନିକେତନରୁ ଶ୍ରୀମତି ରେଖା ରାଣୀ ମହାପାତ୍ର, ସିମନବାଡ଼ିରୁ ପାଦର ଯୋଶେଫ୍‌, ବ୍ରାହ୍ମଣୀଗାଁରୁ ଫାଦର କପିଳାଶଙ୍କ ସମେତ ଅନ୍ୟାନ୍ୟ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଉପସ୍ଥିତ ଥିବାସହ ସମସ୍ତ କିଛି କିଛି କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନକୁ ଆର୍ଥିକ ସହାୟତା ଯୋଗାଇବା, ମହାମାରୀ ସମୟରେ ସରକାରଙ୍କ ଯୋଜନା ମୁତାବକ ସରକାରୀ ସ୍କୁଲ କର୍ମଚାରୀଙ୍କୁ ଯେଭଳି ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କରୁଛନ୍ତି ସେଭଳି ଘରୋଇ ସ୍କୁଲ କର୍ମଚାରୀଙ୍କୁ ସେଥିରେ ସାମିଲ୍ କରିବା । ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ପିଲାଙ୍କ ପାଠପଢ଼ାରେ ସହାୟତା ଯୋଗାଇଦେବା, ଅନ୍ୟରାଜ୍ୟ ଭଳି ଆମରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ସହାୟତା ଯୋଗାଇବା, ସିଓଆର୍ ନିୟମକୁ ଜବରଦସ୍ତି ନକରି ଏହାର ବିସ୍ତାର ବ୍ୟବସ୍ଥା ଆଗାମୀ ପାଞ୍ଚବର୍ଷକୁ ବିସ୍ତାର କରିବା ଭଳି ୬ ଦଫା ଦାବୀ ରଖିଛନ୍ତି । ଏଥିସହିତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାପାଇଁ ସଂଘ ପକ୍ଷରୁ ନିବେଦନ କରିଛନ୍ତି ରାଜ୍ୟ ସମ୍ପାଦକ ରାଜକିଶୋର ପାଢ଼ୀ ।

hiranchal ad1
Leave A Reply

Your email address will not be published.

12 − five =