ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ : ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ୨ ଥାକିଆ କରାଯିବ

0 427

ଭୁବନେଶ୍ୱର,୧୭/୭ : ମହାମାରୀ କୋଭିଡ ମଧ୍ୟରେ ରାଜ୍ୟ ସରକାର ବିକାଶକୁ ପ୍ରାଥମିକତା ଦେଇଆସୁଛନ୍ତି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଯୋଗେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୋଟ ୧୫ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟର ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟ ସରକାର ସୁନ୍ଦରଗଡ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ୨୦୬ କି.ମି ଓ ୫୬୪ କି.ମି ପର୍ଯ୍ୟନ୍ତ ରାସ୍ତାକୁ ଦୁଇଥାକିଆ ରାସ୍ତାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଛତିଶଗଡର ରାୟଗଡ ଓ ସୁନ୍ଦରଗଡ ଟାଉନ ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗ ହୋଇପାରିବ । ଏହାବ୍ୟତୀତ ବସୁନ୍ଧରା କୋଇଲାଖଣି ସହିତ ମଧ୍ୟ ଯୋଗାଯୋଗ ହୋଇପାରିବ । ଏହା ଏଥିପାଇଁ ୧୦୨କୋଟି ୬୫ ଲକ୍ଷ ଟଙ୍କା ବ୍ୟୟକୁ ମଞ୍ଜୁରୀ ଦିଆଯାଇଛି । ଆସନ୍ତା ୨ବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ଶେଷକରିବାପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଓଡିଶା କାରାଗାର ଫାର୍ମାସିଷ୍ଟ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ୨୦୨୧ର ନିୟମକୁ ଅନୁମୋଦନ ଦିଆଯାଇଛି । ଏହାଦ୍ୱାରା କାରାଗାର ଗୁଡିକରେ ରହୁଥିବା ବନ୍ଦୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ଫାର୍ମାସିଷ୍ଟମାନେ ସହାୟତା ଦେଇପାରିବେ ।

hiring

କ୍ୟାବିନେଟର ଅନେକ ନିଷ୍ପତ୍ତିକ୍ରମେ ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବେ ବିକଶିତ କରିବାପାଇଁ ୨୦୧୯ ମସିହାରେ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ୬ଗୋଟି ଖଣ୍ଡାଲାଇଟ ଖଣିଜବ୍ଲକକୁ ଓଡିଶା ଖଣିନିଗମ ପାଇଁ ସଂରକ୍ଷିତ ରଖିଥିଲେ । ତନ୍ମଧ୍ୟରୁ ନରଣଗଡ ଖୋର୍ଦ୍ଧାଠାରେ ଥିବା ବ୍ଲକକୁ ଓଏମସିକୁ ଖଣିକାର୍ଯ୍ୟ ପାଇଁ ଲିଜ୍‌ ପ୍ରଦାନ କରିଛନ୍ତି । ଅବଢା ଯୋଜନା ଅନ୍ତର୍ଗତ ପ୍ରକଳ୍ପର ସହଜ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେହିଭଳି ନିର୍ମାଣକାରୀ ସଂସ୍ଥା ଓ ଜମିମାଲିକଙ୍କ ମଧ୍ୟରେ ଆବଶ୍ୟକ ହେଉଥିବା ଦୁଇପ୍ରକାର ଦଲିଲ ଭୂ-ସଂପତ୍ତି ଓ ଗୃହ ବିକ୍ରୟ ପାଇଁ କ୍ଷମତାପତ୍ର ଓ ଗୃହନିର୍ମାଣ ପାଇଁ ଚୁକ୍ତିପତ୍ର ହସ୍ତାନ୍ତରଣ ପତ୍ର ରୂପେ ବିବେଚନା କରାଯାଇ ୫୦ ପ୍ରତିଶତ ଷ୍ଟାଂପ୍‌ ଦେୟ ଆଦାୟ କରାଯାଉଥିଲା । ଏହି ଦୁଇପ୍ରକାର ଦଲିଲକୁ ନିବନ୍ଧନ କରିବା ବ୍ୟୟବହୁଳ ହେଉଥିବାରୁ ସ୍ୱଳ୍ପସଂଖ୍ୟକ ଚୁକ୍ତିପତ୍ର ଓ କ୍ଷମତାପତ୍ର ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ନିର୍ମାଣକାରୀସଂସ୍ଥା ଓ ଜମିମାଲିକ ସହଜରେ କିଣାବିକା କରିପାରିବେ । କ୍ୟାବିନେଟର ଅନ୍ୟଏକ ନିଷ୍ପତ୍ତିକ୍ରମେ ଓଡିଶା ଜମି ବନ୍ଦୋବସ୍ତ ୧୯୬୨ ନିୟମାବଳୀରେ କ୍ୟାବିନେଟ ସଂଶୋଧନ ଆଣିଛନ୍ତି । ସେହିଭଳି ଓଡିଶା ଅଧସ୍ତନ ପରିସଂଖ୍ୟନ ଓ ଅର୍ଥନୀତି ସେବାସଦନ ୧୯୯୪କୁ କ୍ୟାବିନେଟ ସଂଶୋଧନ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ପଦବୀ ପୂରଣ, ଦରମା ସଂଶୋଧନ ଆଦି କାର୍କ୍ୟକ୍ରମ ସରଳୀକରଣ ହୋଇପାରିବ । ଅନ୍ୟଏକ ନିଷ୍ପତ୍ତିକ୍ରମେ ରାଜ୍ୟସରକାର ବିଶୁଦ୍ଧ ପାନୀୟଜଳ ଗ୍ରାମାଞ୍ଚଳରେ ଯୋଗାଇଦେବାପାଇଁ ତିନୋଟି ଜିଲ୍ଲାର ୬ଗୋଟି ବ୍ଲକ ଅଧୀନ ୮୪ଟି ଗ୍ରାମ ପଞ୍ଚାୟତ ପାଇଁ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି ତିନୋଟି ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ, କଟକ, କେନ୍ଦୁଝର । ସେହିଭଳି ଓଡିଶା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ୨୦୨୧ର ନିୟମାବଳୀକୁ ରାଜ୍ୟସରକାର ମଞ୍ଜୁରୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × three =