ବୌଦ୍ଧ/ ଜହ୍ନାପଙ୍କ,୧୭/୭ – ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ପ୍ରତି ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି।ଗାଁକୁ ସଫା ସୁତୁରା କରିବା ପାଇଁ ପ୍ରତିବର୍ଷ ସମିତିକୁ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। କିନ୍ତୁ ଏହି ଅନୁଦାନ ଅର୍ଥକୁ ବାଟମାରଣା ଯୋଗୁଁ ଗାଁର ରାସ୍ତାଘାଟ, ଡ୍ରେନ ସଫା ହେଉନଥିବାରୁ ଡ୍ରେନ ପାଣି ଉଛୁଳି ରାସ୍ତା ଉପରେ ବୋହୁଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ପଦ୍ମନପୁର ପଂଚାୟତର ସଦର ଗାଁରେ। ଗାଁର ସେ ମୁଣ୍ଡରେ ଥିବା ନଳକୂପର ପାଣି ନିଷ୍କାସନ ପାଇଁ ଡ୍ରେନ କରାଯାଇଥିଲା। ଦୀର୍ଘ ଦିନ ହେଲା ଡ୍ରେନ ସଫା କରୁନଥିବାରୁ ଡ୍ରେନଟି ପୋତିହୋଇ ଏହାର ପାଣି ଉଛୁଳି ଗାଁରାସ୍ତାରେ ମାଡୁଛି।ଫଳରେ ଏହି ମଇଳା ପାଣିକୁ ମାଡି ଗ୍ରାମବାସୀ ଯାତାୟତ କରୁଥିବାରୁ ନାନା ରୋଗ ହେବାର ଆଶଙ୍କା ରହିଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ପରିସ୍ଥିତି ଆହୁରି ଖରାପ ହେବ। ତୁରନ୍ତ ଏହାର ମରାମତି କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Next Post