ଜିଲ୍ଲା ସଦର ହସପିଟାଲରେ ଶଯ୍ୟା ଅଭାବରୁ ରୋଗୀ ତଳେ ହେଉଛନ୍ତି ଚିକିତ୍ସିତ

0 110

ସମ୍ବଲପୁର,୧୯/୭- ସମ୍ବଲପୁର ସଦର ହସପିଟାଲ ଉପରେ ପ୍ରାୟ ୧୨ ଲକ୍ଷ ଜିଲ୍ଲାବାସୀ ସେମାନଙ୍କ ଚିକିତ୍ସା ପାଇଁ ନିର୍ଭର କରନ୍ତି ଓ ସେଠାରେ ରୋଗୀଙ୍କ ପାଇଁ ଶଯ୍ୟା ଅଭାବ ଦେଖାଯାଉଛି । ଜନସାଧାରଣଙ୍କ ବିରୋଧସତ୍ୱେ ସେଠାରେ ଏକ ଘରୋଇ ହସପିଟାଲର ସହଯୋଗ ନେଇ ଜିଲ୍ଲା କୋଭିଡ ହସ୍ପିଟାଲ ଖୋଲାଗଲା ଓ ପରେ ଏହା ଉଠାଇ ନିଆଗଲା । ସେଥିପାଇଁ ଏହାର ସର୍ଜରୀ ଓ ମେଡ଼ିସିନ ଆଦି ଦୁଇଟି ପ୍ରମୁଖ ୱାର୍ଡ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ କିନ୍ତୁ ଉକ୍ତ ବ୍ୟବସ୍ଥା ଉଠିଗଲା ସତ୍ତେ୍ୱ ସେଠାରେ ସାଧାରଣ ରୋଗୀଙ୍କୁ ଭର୍ତ୍ତି କରାଯାଉନାହିଁ, ସେଠାରେ ଏପର୍ଯ୍ୟନ୍ତ ଶଯ୍ୟା ଅଭାବ ଲାଗି ରହିଛି । ଶଯ୍ୟା ଅଭାବରୁ ସେଠାରେ ରୋଗୀ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି ଓ ସେହି ଅବସ୍ଥା ରେ ସେମାନଙ୍କୁ ସାଲାଇନ ଓ ରକ୍ତ ଛଡାଯାଉଛି । ୱାର୍ଡ ଭିତରେ ଚଲାବୁଲା କରିବାପାଇଁ ମଧ୍ୟ ସ୍ଥାନ ମିଳୁନାହିଁ । ଏଣୁ ସେଠାରେ ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରମାନେ ମଧ୍ୟ ଯାଇ ପାରୁନାହାନ୍ତି । ଏଭଳି ସ୍ଥିତି ରେ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଉଛି ଯେ ଯଥାଶୀଘ୍ର ପୁରୁଣା ସର୍ଜରୀ ଓ ମେଡ଼ିସିନ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଉ ।

hiranchal ad1
Leave A Reply

Your email address will not be published.

five × three =