ଆଉ ଏକ ହାତ ଲେଖା ଚିଠି ମିଳିଲା, ହେ ଭଗବାନ…ଡିଭୋର୍ସ କରାଇ ଦିଅ

0 368

ଭୁବନେଶ୍ୱର:ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ସୌମ୍ୟଙ୍କ ମୃତୁ୍ୟ ମାମଲାରେ ଆଉ ଏକ ହାତ ଲେଖା ଚିଠି ମିଳିଛି ।  ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରାଯାଉଛି ।  ଚିଠିରେ ପ୍ରଚୁର ଘୃଣା ସହ ସେ ଡିଭୋର୍ସ ଚାହୁଁଥିବା ଲେଖାଯାଇଛି ।
ଉକ୍ତ ଚିଠିରେ ଲେଖାଯାଇଛି ଯେ…. ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ ।  ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି ।  ଯାଇକି ପୁରୀ ମନ୍ଦିରରେ ଦାସୀ  ହୋଇକି ରହିବି ।  କିଛି ବି କରି ପ୍ଲିଜ ଡିଭୋର୍ସ କରିଦିଅ ବୋଲି ଲେଖାଯାଇଛି ।  ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି ବୋଲି ଲେଖାଯାଇଛି ।  ଏତେ ଦୁଃଖରେ କହିଲି, ତଥାପି ମୋ ଆଖିରେ ଲୁହ ଦେଖାଗଲାନି…. ।

hiring

ତେବେ ପୁଲିସ ଓ କ୍ରାଇମବ୍ରାଞ୍ଚ  ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ  କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି ।  କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ଘର ଭିତରେ ହିଁ ଘଟିଥିବା ଜଣାପଡ଼ିଛି ।  କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି ।  ତେବେ ମଶାରୀରେ ନିଆଁ ଲାଗିଛି ।  ପାରିପାଶ୍ୱିର୍କ ସ୍ଥିତି ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି ।  ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ  କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 − seven =