ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୬ ଜଣ, ବାଲେଶ୍ୱରରୁ ୧୦ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡାରୁ ୬ ଜଣ, ବରଗଡରୁ ୫ଜଣ, ସୁନ୍ଦରଗଡରୁ ୪ଜଣ, ବଲାଙ୍ଗୀର, ଝାରସୁଗୁଡା, ରାୟଗଡା ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୬୩୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୨୬୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୩୯୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୫୪୩୫୯୦୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୧ଜଣ, ବାଲେଶ୍ୱର ଜିଲ୍ଲାରୁ ୮୪ଜଣ, ବରଗଡ଼ ଜିଲ୍ଲାରୁ ୧୯ଜଣ, ଭଦ୍ରକ ଜିଲ୍ଲାରୁ ୫୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ଜଣ, ବୌଦ୍ଧ ଜିଲ୍ଲାରୁ ୭ଜଣ, କଟକ ଜିଲ୍ଲାରୁ ୨୫୬ଜଣ, ଦେଓଗଡ଼ ଜିଲ୍ଲାରୁ ୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୭ଜଣ, ଗଜପତି ଜିଲ୍ଲାରୁ ୧୬ଜଣ, ଗଞ୍ଜାମ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୯୨ଜଣ, ଯାଜପୁର ଜିଲ୍ଲାରୁ ୮୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୬ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୩ଜଣ, କେନ୍ଦୁଝର ଜିଲ୍ଲାରୁ ୩୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୮ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ମାଲକାନଗିରି ଜିଲ୍ଲାରୁ ୧୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ଜଣ, ନୟାଗଡ଼ ଜିଲ୍ଲାରୁ ୭୬ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୧୧୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୋନପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୦ଜଣ, ଷ୍ଟେଟ ପୁଲ୍ରୁ ୧୦୯ଜଣ ରହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post