ବ୍ରାଉନ ସୁଗର କାରବାରରେ ଲିପ୍ତ ଆଉ ଦୁଇ ଗିରଫ

0 96

ସମ୍ବଲପୁର, ୨୩/୭- ଯୁବଗୋଷ୍ଠୀକୁ ଆକୃଷ୍ଟ କରି ଏଠାରେ ଚାଲିଥିବା ଧଳାଜହର (ବ୍ରାଉନ ସୁଗର) କାରବାରର ଚେର ବହୁତ ଭିତରକୁ ପଶିଗଲାଣି । ଗତ ରବିବାର ଦିନ ସ୍ଥାନୀୟ ମହାନଦୀ ଉପରେ ନବନିର୍ମିତ ଚାଉରପୁର ସେତୁରେ ଏହି କାରବାରରେ ଲିପ୍ତ ଜଣେ ନାବାଳକ ସହ ତିନି ଜଣଙ୍କୁ ପୁଲିସ ରଙ୍ଗେହାତ ଗିରଫ କରିଥିଲା ଓ ସେମାନଙ୍କ ଠାରୁ ୮.୮୫ ଗ୍ରାମ ଧଳା ଜହର ଜବତ କରାଯାଇଥିଲା । ଏହି ମାମଲାରେ ଅନୁସନ୍ଧାନ ଜାରିରଖି ଗତକାଲି ଆଊ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କୁ କୁଞ୍ଜେଲପଡା ନିବାସୀ ଆନ୍ନା ରବି ଓ ହାଟପଦା ନିବାସୀ ଆଲୋକ ସିଂହ ରୂପେ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସ୍ଥାନୀୟ ଚାଉରପୁର ସେତୁରେ ବହୁସଂଖ୍ୟକ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣକାରୀ ଆସୁଛନ୍ତି ଓ ସେମାନଙ୍କ ମଧ୍ୟରେ ଯୁବକ ଓ ଯୁବତୀଙ୍କ ସଂଖ୍ୟା ଅଧିକ ରହୁଛି । ଏଭଳି ପରିସ୍ଥିତିର ଲାଭ ଉଠାଇ ସେଠାରେ ନିଶାଖୋରମାନେ ମଧ୍ୟ ପହଞ୍ଚି ଯାଉଛନ୍ତି ଓ ସେହିଠାରେ ହିଁ ସେମାନଙ୍କୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଯୋଗାଇ ଦିଆଯାଉଛି । ଏଦିଗରେ ବାରମ୍ବାର ଅଭିଯୋଗ କରାଯିବାରୁ ସେଥିପ୍ରତି ପୁଲିସ କଡା ନଜର ରଖିଛି ଓ ଏହାର ପରିଣାମ ସ୍ୱରୂପ କିଛି ଲୋକେ ଧରା ପଡୁଛନ୍ତି । ସେଠାରେ କିନ୍ତୁ ଧଳା ଜହର ବିକ୍ରି ଧରାପଡ଼ିବା ପରେ ପିତାମାତା ଓ ଅନ୍ୟ ଅଭିଭାବକଙ୍କ ଆଖିରୁ ନିଦ ହଜିଯାଇଛି ।

hiranchal ad1
Leave A Reply

Your email address will not be published.

3 × 5 =