ଦୁର୍ଘଟଣାରେ ଆହତ ଯୁବକଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

0 867

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମ ପଞ୍ଚ଼ାୟତ ହଟୁଆପଡା ଗ୍ରାମର ମନୋଜ ମହାକୁଡ଼(୨୮) ବାଇକ ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିଲେ । ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଏବେ ଅଧିକ ଟଙ୍କା ଦରକାର ପଡୁଛି । ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାହା ସେମାନେ କରିପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉ ବୋଲି କିଆକଟା ଆଞ୍ଚଳିକ ସେବା ସଂସଦର କର୍ମକର୍ତ୍ତାଙ୍କ ପକ୍ଷରୁ ଦାବି କରାଯାଇଛି । ସେହିପରି ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର ଚିକିତ୍ସା ପାଇଁ ନିଜ ସାମର୍ଥ ଅନୁଯାୟୀ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ମନୋଜଙ୍କ ବଡ ଭାଇ (ମୋ-୮୧୧୭୦୨୦୭୯୬)ଙ୍କୁ ଯୋଗଯୋଗ କରିବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ଯେ, ବାଇକ୍‌ ଦୁର୍ଘଟଣାରେ ଆହତ ହୋଇ ମନୋଜ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ନସୁଧୁରିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ପୁଣି କଟକ ବଡ଼ ମେଡିକାଲ ନେବାକୁ ଡାକ୍ତର କହିଥିଲେ । କଟକରେ ଦୀର୍ଘ ଏକ ମାସରୁ ଅଧିକ ଦିନ ତାଙ୍କୁ ଚିକିତ୍ସା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଡାକ୍ତର ଆଉ କିଛି ଦିନ ଚିକିତ୍ସା କରିବାକୁ କହିଥିଲେ କିନ୍ତୁ ଉକ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା କାରଣରୁ ଡାକ୍ତରଖାନାରେ ଆଉ ରହିବାକୁ ସକ୍ଷମ ହୋଇନଥିଲେ । ଶେଷରେ ମନୋଜ କୁ ଘରକୁ ଆଣି ପକେଇ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 10 =