ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ
କଟକ,୨୮/୭- କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର ନୂଆସାହିରେ ଆଜି ଏକ ବଡ଼ ଧରଣର ଲୁଟ ହୋଇଛି । ନୂଆସାହି ଶିବାନି ମନ୍ଦିର ନିକଟରେ ରହୁଥିବା ମନୋଜ କୁମାର ବରାଳ ଗତକାଲି ତାଙ୍କ ମାଙ୍କ ଶ୍ରାଦ୍ଧ କାର୍ଯ୍ୟ ପାଇଁ ସପରିବାର ଗ୍ରାମକୁ ଯାଇଥିଲେ । ଆଜି ସକାଳୁ ଘରକୁ ଆସି ଦେଖିଲେ ଘରର ଦୁଇ ମୁଖ୍ୟଦ୍ୱାରର କବାଟ ଖୋଲା ସହ ଘରର କବାଟ ଗୁଡିକ ଖୋଲା ରହିଛି । ଘର ଭିତରେ ଥିବା ଦୁଇଟି ଗଡ଼ରେଜ ଆଲମୀରା ସହ ଘର ବକ୍ସ ଆଲମୀରାରୁ ସମସ୍ତ ଜିନିଷ ବାହାରେ ପଡିଛି । ତେବେ ଆଶ୍ଚର୍ଯ୍ୟର କଥା ଏହିଘରୁ ଲୁଟ କରିବାକୁ ଆସିଥିବା ଚୋର କେହି ନଥିବାର ସୁଯୋଗ ନେଇ ଘରେ ପଶିଛି । ଡାଇନିଂରେ ଥିବା ପାଚିଲା ଆମ୍ବ ଖାଇଛି , ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର ବାହାରକରିି ତାକୁ ପରଖୀ ସୁନା , ରୂପା ଓ ଟଙ୍କା ନେଇଥିବାବେଳେ ଇମିଟେସନ ଜିନିଷକୁ ନେଇନାହିଁ । କିମ୍ବା ଗଡ଼ରେଜରେ ରଖାହୋଇଥିବା ଦାମୀ ଶାଢ଼ୀ ନେଇନଥିବା ଦେଖାଯାଇଛି । ତେବେ ପ୍ରାୟ ୧୦ ଭରିରୁ ଉର୍ଦ୍ଧ୍ୱ ସୁନା ହାର , ସୁନା ମୁଦି , ସୁନା କାନର ସହ କିଛି ରୁପା ଅଳଙ୍କାର ଓ ୨୦ ହଜାର ରୁ ଉର୍ଦ୍ଧ୍ ଟଙ୍କା ଲୁଟି ନେଇଥିବା ଘର ମାଲିକ କହିଛନ୍ତି । ଘଟଣା ସମ୍ପର୍କରେ ଚୌଦ୍ୱାର ଥାନାକୁ ଅବଗତ କରିବା ପରେ ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଘଟଣା ସ୍ଥଳ ଦେଖି ଏହାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ଡାକି ତଦନ୍ତ କରୁଛନ୍ତି ।