ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ: ରାଜ୍ୟରେ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

0 231

ଭୁବନେଶ୍ୱର,୯ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କ୍ୟାବିନେଟ ବୈଠକ ସଂପର୍କରେ ସୂଚନା ଦେଇ କହିଲେ ଯେ ରାଜ୍ୟସରକାର ଆଜି କ୍ୟାବିନେଟରେ ୧୬ଟି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଏହି ନିଷ୍ପତ୍ତି ଗୁଡିକ ମଧ୍ୟରେ ରାଜ୍ୟର କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଥିରେ ୬୯୩ କୋଟି ୩୫ଲକ୍ଷ କୋଟି ଟଙ୍କା ଖର୍ତ୍ତ ହେବ । ୧୮ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ୫ଟି କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡା କ୍ଷେତ୍ରର ରୂପାନ୍ତରଣକୁ ସୁନିଶ୍ଚିତ କରିବାପାଇଁ ଏହି ପ୍ରକଳ୍ପ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ । ସେହିଭଳି କ୍ୟାବିନେଟର ଅନ୍ୟ ନିଷ୍ପତ୍ତି କ୍ରମରେ ଉପର ଇନ୍ଦିରାବତୀ ଦକ୍ଷିଣ ପାଶ୍ୱର୍ କେନାଲର ପୁନଃରୁଦ୍ଧାର ଓ ପୁନଃପ୍ରତିଷ୍ଠା ପାଇଁ ଗୃହୀତ ଟେଣ୍ଡରକୁ ଅନୁମୋଦନ କରାଯାଇଛି । ଏହି କାର୍ଯ୍ୟ ଆସନ୍ତା ୨ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାର ୪୨ହଜାର୪୫୫ ହେକ୍ଟର ଚାଷଜମିକୁ ଜଳସେଚିତ କରିବ । ସେହିଭଳି ଅନ୍ୟଏକ ନିଷ୍ପତ୍ତିରେ ଓଡିଶା ଅର୍ଥ ସେବା ପୁନର୍ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଥିବାବେଳେ ଅଞ୍ଜନ କୁମାର ମାଣିକଙ୍କୁ ଓଡିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଓଡିଶା କାରାଗାର କନିଷ୍ଠ କିରାଣୀ ତଥା ଟାଇପିଷ୍ଟ ଚାକିରୀ ସର୍ତ୍ତାବଳୀ ୨୦୨୧ପ୍ରଣୟନକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ସେହିଭଳି ଅନ୍ୟଏକ ନିଷ୍ପତ୍ତିକ୍ରମେ ଓଡିଶା ଅଗ୍ନିଶମ ସେବା ସି ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରୀ ସର୍ତ୍ତାବଳୀ ୨୦୨୧କୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ସେହିଭଳି ଓଡିଶା ଶ୍ରମସେବା ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ୨୦୧୯କୁ ସଂଶୋଧନ କରାଯାଇଛି । ଘରୋଇ ସୁରକ୍ଷା ଏଜେନସି ଓଡିଶା ନିୟମାବଳୀ ୨୦୨୧କୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ସେହିଭଳି ଖୋର୍ଦ୍ଧାଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ଚଣ୍ଡିହତା ଗ୍ରାମରେ ବାଗଚୀ ଶ୍ରୀଶଙ୍କର କ୍ୟାନସର ହସପିଟାଲ ଓ କରୁଣାଶ୍ରୟ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ମାତ୍ର ୧ଟଙ୍କା ମୂଲ୍ୟ ବିନିମୟରେ ୪୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =