ପୁରୀ: ବେଳାଭୂମିରେ ପ୍ରଥମଥର ପାଇଁ ହଟସ୍ପଟ ପୋଲିସିଂ ବ୍ୟବସ୍ଥା ଆରମ୍ଭ

0 100

ପୁରୀ,୧୩/୮- ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବା ପରେ ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବେଳାଭୂମି ସୁରକ୍ଷା ମକ ଡ୍ରିଲ କରାଯାଇଛି । ଏସପି କେ.ବିଶାଲ ସିଂହଙ୍କ ଉପସ୍ଥିତିରେ ବେଳାଭୂମିରେ ପ୍ରଥମଥର ପାଇଁ ହଟସ୍ପଟ ପୋଲିସିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ସକାଳ ୬ରୁ୯ ଓ ଅପରାହ୍ନ ୪ଟାରୁ ରାତ୍ର ୯ଟା ଯାଏଁ ୬ ଜଣ ପୋଲିସ କର୍ମଚାରୀ ବିଚରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ନିୟୋଜିତ ରହିବେ । ସେହିଭଳି ଦୁଇଟି ବିଚ ବାଇକ ପିସିଆର ପଇଁତରା ମାରିବ । ବିଚରେ ମୁତୟନ ହୋଇଥିବା ଲାଇଫଗାର୍ଡମାନେ ସୁରକ୍ଷା ଏସଓପିକୁ ପାଳନ କରିବେ । ଜୀବନ ରକ୍ଷାର କୌଶଳ ପ୍ରଦର୍ଶନ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଲାଇଫଗାର୍ଡ । ଲାଇଫଗାର୍ଡଙ୍କୁ ହଟସ୍ପଟ ପୋଲିସିଂରେ ନିଯୁକ୍ତ ପୋଲିସ ସହାୟତା କରିବେ । ବେଳାଭୂମିକୁ ବିଭିନ୍ନ ସେକ୍ଟର ଓ ଜୋନ୍‌ରେ ବିଭକ୍ତ କରାଯାଇ ପୋଲିସ ଓ ଲାଇଫଗାର୍ଡ ନିୟୋଜିତ ହୋଇଛି । ସମସ୍ତେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ, ଉଦ୍ଧାର, ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବେ ।

hiranchal ad1
Leave A Reply

Your email address will not be published.

one × 1 =