କେନାଲ ପୁନଃରୁଦ୍ଧାର କଲେ ଦାମୋଦରପୁର ଗ୍ରାମବାସୀ

0 79

ବୌଦ୍ଧ/ଜହ୍ନାପଙ୍କ,୧୬/୮- ସାଲୁଙ୍କି ପାଲଝାର ପ୍ରକଳ୍ପ ଦ୍ୱାରା କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି । ମୁଖ୍ୟ କେନାଲରୁ ଶାଖା କେନାଲ, ଶାଖା କେନାଳରୁ ଉପଶାଖା କେନାଲ ମାଧ୍ୟମରେ ଚାଷୀଙ୍କ ବିଲକୁ ପାଣି ମାଡିଥାଏ । ପ୍ରତିବର୍ଷ ମୁଖ୍ୟ ଓ ଶାଖା କେନାଲ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ କରାଯାଉଥିବାବେଳେ ଉପଶାଖା କେନାଲଗୁଡିକର ଉନ୍ନତିକରଣ କରାଯାଉନାହିଁ । ଫଳରେ ପ୍ରତିବର୍ଷ ଏହି କେନାଳରୁ ଉପକୃତ ହେଉଥିବା ଚାଷୀ ନିଜ ପରିଶ୍ରମରେ ଶ୍ରମଦାନ କରି କେନାଲ ପୁନଃଉଦ୍ଧାର କରିଥିବା ଜଣାପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ଦାମୋଦରପୁରରେ । ସୂଚନାମତେ ଏବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ବିଳମ୍ବରେ ହୋଇଥିବାବେଳେ କେବଳ ଖାଲ ଜମିରେ ରୁଆ, ବିହୁଡା ସରିଥିବାବେଳେ ଢ଼ିପ ଜମିରେ ଚାଷ କାମ ଆରମ୍ଭ ହୋଇନି । ଫଳରେ ଚାଷୀ କେନାଲ ପାଣିକୁ ଭରସା କରିଛନ୍ତି । କିନ୍ତୁ ଦାମୋଦରପୁରକୁ ଯାଇଥିବା ଉପଶାଖା କେନାଲ ରକ୍ଷଣାବେକ୍ଷଣ ଅଭାବରୁ ପୋତିହୋଇ ପାଣି ଯାଉନଥିଲା । ରବିବାର ଗ୍ରାମବାସୀ ଏକତ୍ରିତ ହୋଇ କୋଡ଼ିଦ୍ୱାରା ନିଜ ପରିଶ୍ରମରେ କେନାଲ ପୁନଃଉଦ୍ଧାର କରିଥିଲେ । ଏଥିରେ ଶଲ୍ୟ ଭୋକ୍ତା, ରାମଚନ୍ଦ୍ର ଭୋକ୍ତା, ରଙ୍କନିଧି ଭୋକ୍ତା, କମ୍ଭୁପାଣି ଭୋକ୍ତା,ବିଶିନାଥ ଷାଣ୍ଢ, ସୁଶାନ୍ତ ଭୋକ୍ତା,ଦିଲ୍ଲୀପ ଭୋକ୍ତା, ବିଭୁତି ପ୍ରଧାନ, ଦୁଃଶାସନ ଭୋକ୍ତା, ଜୟ ବିଶି, ସାରଙ୍ଗ ପ୍ରଧାନ, ଉଦ୍ଧବ ଭୋକ୍ତା, ସୁଶୀଳ ଗହୀର ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =