ଟିକାକରଣରେ ରେକର୍ଡ, ଦିନକରେ ୮୮ ଲକ୍ଷ ନେଲେ କରୋନା ଟିକା

0 81

ନୂଆଦିଲ୍ଲୀ : ଭାରତ ପୁରା କ୍ଷମତା ସହ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଗୋଟିଏ ଦିନରେ ୮୮ ଲକ୍ଷ କରୋନା ଟିକା ଦେଇ ଭାରତ ଏକ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷରୁ ଅଧିକ ଟିକା ଦିଆଯାଉଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ । ଏଥି ସହିତ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୫୫.୪୭ କୋଟି ଟିକା ଡୋଜ ଦିଆଯାଇଛି ।
ନିଜ ଟୁଇଟର ହ୍ୟାଣ୍ଡେଲରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଦିନରେ ୮୮ ଲକ୍ଷ କୋଭିଡ-୧୯ ଟିକା ଡୋଜ ଦେଇ ଭାରତ ସର୍ବାଧିକ ଦିନିକିଆ ରେକର୍ଡ ହାସଲ କରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୫,୧୬୬ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ୧୫୪ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଏହି ସମୟରେ, ମୋଟ ସକ୍ରିୟ ମାମଲାଗୁଡ଼ିକର ହାର ହେଉଛି ୧.୧୫% । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୨୦ ପରେ ଏହି ହାର ସର୍ବନିମ୍ନ ଅଟେ । ଭାରତର ସକ୍ରିୟ ରୋଗୀଙ୍କ ୩ ଲକ୍ଷ, ୬୯ ହଜାର, ୮୪୬ ରହିଛି, ଯାହାକି ୧୪୬ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଡିସେମ୍ବର ୨୦୨୧ ସୁଦ୍ଧା ଭାରତ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ କରୋନା ଟିକା ପ୍ରବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ।

hiranchal ad1
Leave A Reply

Your email address will not be published.

1 × three =