ବୌଦ୍ଧ, ୧୮/୮- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୪ଜଣ ତୃତୀୟ ଲିଙ୍ଗିଙ୍କୁ ସୁରକ୍ଷା ଏବଂ ଅଧିକାର ଅଧିନିୟମ ୨୦୧୯ ଅନୁସାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ପରିଚୟ ଏବଂ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତୃତୀୟ ଲିଙ୍ଗି ବ୍ୟକ୍ତି ମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ସଶକ୍ତିକରଣ ନିମନ୍ତେ ଜିଲ୍ଲାପାଲ ଗୁରୁତ୍ୱ ଦେଇ ୫ଜଣିଆ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନକରି ପ୍ରତ୍ୟେକ ଗୋଷ୍ଠୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ତୃତୀୟଲିଙ୍ଗି ମାନଙ୍କ ସୁବିଧା ନିମନ୍ତେ ଉଦ୍ଦିଷ୍ଟ ସ୍ୱୀକୃତି ଯୋଜନାରେ ଥିବା ସମସ୍ତ ସୁବିଧା ପ୍ରଦାନ କରିବାକୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅଭୟ କୁମାର ଦାଶ, ଡିଆଇଓ ଏନ. ଆଇସି ଶୁଭକାନ୍ତ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ଡିପିଏଚଓ ଡ. ପ୍ରଦୋଷ କୁମାର ମହାପାତ୍ର, ସୁପରିଟେଣ୍ଡେଣ୍ଟ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ ମେଡିକାଲ, ଜିଲ୍ଲା କୋ ଅର୍ଡିନେଟର ତଥା ସ୍ୱଚ୍ଛ ସାଥୀ ସୁଷମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।