ବୌଦ୍ଧ,୧୮/୮- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଓ ବିଏଲଓ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଭୋଟରମାନେ ଅନଲାଇନ ମାଧ୍ୟମରେ କିଭିଳି ବିଭିନ୍ନ ଫର୍ମ ଆବେଦନ କରିବେ , (ଇ-ଇପିକ) କାର୍ଡ ଡାଉନଲୋଡ କରିବେ ସେ ବିଷୟରେ ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ଅଶ୍ୱିନୀ କୁମାର ମେହେର ବିସ୍ତୃତ ଭାବେ ବୁଝାଇଥିଲେ ।
ଅନ୍ୟମାନଙ୍କ ଡେପୁଟି କଲେକ୍ଟର ନିର୍ବାଚନ ସୁଶ୍ରୀ ସ୍ମିତା ରଥ, ବୌଦ୍ଧ ତହସିଲଦାର ସନତ କୁମାର ନାଏକ, ବୌଦ୍ଧ ବିଡିଓ ଦୈବୀ ପ୍ରସାଦ ଦାସ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ, ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓଁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ, ଉପବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜୀତେନ୍ଦ୍ର କୁମାର ମେହେର ସହଯୋଗ କରିଥିଲେ ।