ପରଲୋକରେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ

0 458

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା । ସଂଗ୍ରାମ ଜେନାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କୋଭିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୮୪ ଦିନ ଧରି ଇକମୋ ଚିକିତ୍ସାରେ ରହିଥିଲେ ସଂଗ୍ରାମ । ତାଙ୍କ ଅବସ୍ଥା ସୁଧାର ମଧ୍ୟ ଆସିଥିଲା । କିନ୍ତୁ ଆଜି ସକାଳେ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କହିଛନ୍ତି ମନୋଜ ଜେନା । ତେବେ ସଂଗ୍ରାମ ଜେନାଙ୍କ ମୃତ୍ୟୁକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଯୁବ ନେତା ସତ୍ୟାନନ୍ଦ ରାଉତ, ହୀରାଞ୍ଚଳ ସଂପାଦକ ଯୁଗଳ କିଶୋର ସାମଲଙ୍କ ସମେତ ବହୁ କଂଗ୍ରେସ, ବିଜେପି ଓ ବିଜେଡି ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସଂଗ୍ରାମ ଜେନାଙ୍କ ମୃତ୍ୟୁ ଖବର ପାଇ ଭୋ ଭୋ ହୋଇ କାନ୍ଦିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ସେ ଜଣେ ଆଗ ଧାଡିର ଯୁବ ନେତା ଥିଲେ । ଭଗବାନ ତାଙ୍କୁ ଆଗୁଆ ନେଇଗଲେ । ସେ ଗରିବ ଲୋକ ଓ ରୋଗୀଙ୍କୁ ସହାୟତା କରୁଥିଲେ । ତାଙ୍କୁ ମୃତ୍ୟୁରେ ସେ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ ।

hiranchal ad1
Leave A Reply

Your email address will not be published.

15 − three =