ଭୁବନେଶ୍ୱର: ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ । ବର୍ତ୍ତମାନ ଶିଶୁଙ୍କ ଅକ୍ରୋନ୍ତ ସଂଖ୍ୟା ୧୦୦ ଉପରେ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ମଧ୍ୟ ଶିଶୁଙ୍କ ସଂକ୍ରମଣ ଏଭଳି ରହୁଥିଲା । ତେବେ ତୃତୀୟ ଲହରରେ ଆମକୁ କିଛି ସ୍ୱତନ୍ତ୍ର ପ୍ରିକସନ ନେବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେହିପରି ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ସରକାର ଏହାକୁ ପ୍ରତିଦିନ ମନିଟରିଂ କରୁଛନ୍ତି । ଯାହା ପଦକ୍ଷେପ ନେବା କଥା ନିଆଯାଉଛି । ବର୍ତ୍ତମାନ ସ୍ଥିତିରେ କେହି ଆତଙ୍କିତ ହେବା ଅନୁଚିତ । ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ଼, ଆଇସିୟୁ ବେଡ଼, ଏଚଡିୟୁ ବେଡ଼, ଭେଣ୍ଟିଲେଟର ପର୍ୟ୍ୟାପ୍ତ ପରିମାଣରେ ରଖାଯାଇଛି । ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ, ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି । କୋଭିଡ ହସ୍ପିଟାଲଗୁଡ଼ିକରେ ମଧ୍ୟ ଶିଶୁଙ୍କ ଲାଗି ବେଡ଼ ସରଂକ୍ଷଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post