ଫୋନ୍‌ରେ ପ୍ରେମ ନିବେଦନ କରି ଚପଲରେ ମାଡ ଖାଇଲେ ଯୁବକ

0 261

ସୋର : ଜଣେ ଯୁବକଙ୍କୁ ଫୋନରେ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି । ମହିଳା ଜଣକ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ ନିକଟରେ ଜଣେ ଯୁବକକୁ ଜଣେ ମହିଳା ଗୋଡାଇ ଗୋଡାଇ ଚପଲରେ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖଇରା ବ୍ଲକ୍‌ ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଜଣେ ଯୁବକ ଫେସବୁକରୁ ନମ୍ବର ପାଇ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ । ମହିଳାଙ୍କ ବାରଣ ସତ୍ତେ୍ୱ ଯୁବକ ଜଣକ ବିଭିନ୍ନ ସମୟରେ ଫୋନ୍‌ କରି ଅଶ୍ଳୀଳ କଥା କହୁଥିଲେ ।
ମହିଳା ଜଣଙ୍କ ଯୁବକଙ୍କୁ ପାନେ ଦେବା ପାଇଁ ସଲାସୁତରା କରି ଫୋନ୍‌ କରି ଶେରଗଡ ଟୋଲ୍‌ ଗେଟ୍‌ ନିକଟକୁ ଡାକିଥିଲେ । ଯୁବକ ଜଣକ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣଙ୍କ ୧୬ ନଂ ଜାତୀୟ ରାଜପଥ କଡରେ ଚପଲରେ ନିସ୍ତୁକ ପିଟୁଥିବା ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

hiranchal ad1
Leave A Reply

Your email address will not be published.

4 − 1 =