ମାଲକାନଗିରି: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମାଲକାନଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଡିଜିଟାଲ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଲାଗି ମାଲକାନଗିରିରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି । ଜିଲ୍ଲା ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ହେଲ୍ଥ କାର୍ଡ ବାଣ୍ଟିବେ । ଜିଲ୍ଲାର ୭ ବ୍ଲକରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ହେବ । ଏଥିରେ ୭ ମନ୍ତ୍ରୀ ସାମିଲ ହେବେ। ମନ୍ତ୍ରୀମାନେ ବିଭିନ୍ନ ବ୍ଲକ ସହ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ ।
ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ୭ଟି ବ୍ଲକରେ ବ୍ୟାପକ ଜନସଚେତନତା କରାଯାଉଛି। ସମସ୍ତ ବ୍ଲକରେ ବ୍ଲକ ପ୍ରଶାସନ ତରଫରୁ ହିତାଧିକାରୀ ଚୟନ ଏବଂ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମାଲକାନଗିରିରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସମସ୍ତ କାର୍ୟ୍ୟକୁ ତଦାରଖ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post