ଅକ୍ସିଜେନ କନସନଟ୍ରେଟର ଯୋଗାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର

0 135

ବଲାଙ୍ଗୀର,୧୯/୦୮-କୋଭିଡ ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି । ଏହିକ୍ରମରେ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପଠାଗାର ବଲାଙ୍ଗୀର ତଥା ବରଗଡ ଜିଲାରେ ଲକଡାଉନ ସମୟରେ ଲୋକଙ୍କ ଖାଦ୍ୟ ଓ ଜୀବିକାର ସୁରକ୍ଷା, ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା ତଥା ସଂକ୍ରମିତ ଲୋକଙ୍କ ଜୀବନ ବଞ୍ଚେଇବାପାଇଁ ଦୁର୍ଗମ ଗ୍ରାମାଞ୍ଚଳରେ ଅକ୍ସିଜେନ ବ୍ୟାଙ୍କ ଖୋଲି ସିଲିଣ୍ଡର ସେବା ଯୋଗେଇ ଦିଆଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ହେଲା ଗ୍ରାମାଞ୍ଚଳରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅକ୍ସିଜେନ କନସନଟ୍ରେଟର ଯୋଗାଇବା ଯାହା ଗ୍ରାମାଞ୍ଚଳରେ ସଂକ୍ରମିତ ହେଉଥିବା ଲୋକଙ୍କୁ ଜୀବନ ବଞ୍ଚେଇବାରେ ବିଶେଷ ସହାୟକ ହେବ । ବର୍ତ୍ତମାନ ସୁଦ୍ଧା ୨୧ ଟି ପିଏଚସି ଓ ସିଏଚସିରେ ମୋଟ ୫୦ ଟି କନସନଟ୍ରେଟର ଯୋଗାଇ ଦିଆଯାଇଛି । ଆଜି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ ଟି କନସନଟ୍ରେଟର ପ୍ରଦାନ କରାଯାଇଛି । ଏଥିରେ ରୋଗୀକଲ୍ୟାଣ ସମିତିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ହୀରାଲାଲ ମିଶ୍ର, ଅଜୟ ବାଦୀ ଏହାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଜୟକୃଷ୍ଣ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ବିଶିଷ୍ଟ ସାମାଜିକ କର୍ମୀ ସରୋଜ କୁମାର ବାରିକ ଏଥିରେ ଉପସ୍ଥିତ ରହି ଏହାକୁ ଉନ୍ମୋଚନ କରିଥିଲେ । ଏହା ଅଂଚଳର ଲୋକଙ୍କ ପାଇଁ ଜୀବନ ରକ୍ଷକ ସଦୃଶ ହେବ ବୋଲି ଉପସ୍ଥିତ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ରୂପାଧର ପୁଟା, ପ୍ରଦୀପ ସାହୁ, ବିରେନ୍ଦ୍ର ନାଗ, ବିଜୟ କଲସାଏ ଓ ଭାଗବତ ସାହୁ ଅନୁଷ୍ଠାନକୁ କୃତଜ୍ଞତା ଜଣେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =