ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

0 61

ଭୁବନେଶ୍ୱର : ଆଜି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରିବେ ।
ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, କେତେ ଖର୍ଚ୍ଚ ହୋଇଛି, କେଉଁ ପ୍ରକଳ୍ପ ବହୁ ଦିନ ଧରି ପଡ଼ି ରହିଛି ଆଦି ବିଭିନ୍ନ ବିଷୟରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ । ଏହାପରେ ପୂର୍ବାହ୍ନ ସାଢେ୧୧ଟାରୁ ଅପରାହ୍ଣ ସାଢେ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ହେବ । ତେବେ ସମୀକ୍ଷା ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା କିମ୍ବା ଗଣଶିକ୍ଷା ମନ୍ତ୍ରୀ ସାମିଲ ହେଉ ନ ଥିବା ସୂଚନା ମିଳିଛି ।
ସେହିପରି ଅପରାହ୍ଣ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ଭର୍ଚୁଆଲ୍ ବୈଠକ କରିବେ । ଏଥିରେ ଆଇଆଇଟି, ଆଇଆଇଏମ୍ , ଏନ୍ ଆଇଟି, ଆଇଜର, ଇଗ୍ ନୋ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମୀକ୍ଷା ହେବ । କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ସ୍କୁଲ ସଙ୍ଗଠନ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ସିବିଏସଇ, ନବୋଦୟ ବିଦ୍ୟାଳୟ ସଙ୍ଗଠନ, ଏନ୍ ସିଟିଇ, ଏନସିଇଆରଟି ମୁଖ୍ୟମାନଙ୍କ ସହ ଅପରାହ୍ଣ ସାଢେ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

thirteen + 6 =