ଓଡିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ ଜୟନ୍ତୀ

0 74

ପାରଳାଖେମୁଣ୍ଡି : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ, ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଛି ।
ଏହି ସଭା କାର୍ଯ୍ୟକ୍ରମରେ ବିଶିଷ୍ଠ ଗବେଷକ, ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶିକ୍ଷାବିତ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ କର୍ମମୟ ଜୀବନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ପଦ୍ମଶ୍ରୀ ଡ଼ଃ ରାଜଗୁରୁ ଏକାଧାରରେ ଜଣେ ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ, ପ୍ରତ୍ନତତ୍ତ୍ୱ ଓ ଲିିତତ୍ତ୍ୱବିଦ, ଶିଳାଲେଖ ଓ ତାମ୍ରଲିପି ପାଠକ, ଗବେଷକ, ନାଟ୍ୟକାର, ଶିକ୍ଷାବିତ, ସାହିତ୍ୟିକ ଓ ସମାଲୋଚକ ଥିଲେ ବୋଲି ମୁଖ୍ୟଅତିଥି ଶ୍ରୀ ପଣ୍ଡା କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ସଂସଦର ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ ।
ଓଡିଶାର ଧର୍ମ, ସାହିତ୍ୟ ଓ ସଂସ୍କୃତିର ବକ୍ତା ତଥା ଲିତତ୍ତ୍ୱବିତ ଭାବେ ଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଯଶକୀର୍ତ୍ତି କେବଳ ଓଡିଶାରେ ସୀମିତ ନ ଥିଲା । ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା । ଯାହାକି, ତାହା ଆଜିମଧ୍ୟ ଚିରସ୍ମରଣୀୟ ହୋଇ ରହିଛି । ଏହି ଅବସରରେ ସାହିତ୍ୟିକ ଶ୍ରୀ ସୀତାକାନ୍ତ ରାଜଗୁରୁଙ୍କୁ ସ୍ମୃତି ସଂସଦ ପକ୍ଷରୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନରେ ମାନପତ୍ର ଓ ଉଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 + thirteen =