କଇଁପୁର ପଞ୍ଚାୟତ କଳିଙ୍ଗ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ

0 111

ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମରେ କଂଗ୍ରେସରଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିରାଙ୍ଗ ଗ୍ରାମଠାରେ ଶତାଧିକ କଂଗ୍ରେସ କର୍ମୀ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ଫୁଲ ତୋଡା ଦେଇ ବାଜା ଢୋଲ ବଜାଇ ସ୍ୱାଗତ କରିଥିଲେ । ବିଧାୟକଙ୍କ ରାଜ୍ୟ କୃଷି ସେଲର ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ ମଧ୍ୟ ଆସିଥିଲେ । ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଗ୍ରାମ ସହ ଆଖ ପାଖ ୧୦ ଗୋଟି ଗ୍ରାମର କଂଗ୍ରେସ କର୍ମୀ ମିଶି ଆୟୋଜିତ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶତାଧିକ ବିଜେପି ଓ ବିଜେଡି କର୍ମୀ, ମୋହନା ବିଧାୟକଙ୍କ କାର୍ଯ୍ୟକଳାପ ଦେଖି କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ବିଧାୟକଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଦେଖି ଗ୍ରାମବାସୀ ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ । ଦୀର୍ଘଦିନ ହେବ କଳିଙ୍ଗ ଗ୍ରାମକୁ ସଡ଼କ ନଥିଲା , କିନ୍ତୁ ବର୍ତ୍ତମାନ ସଡ଼କ କାର୍ଯ୍ୟ ଚାଲୁଅଛି । ଏହାର ସମୀକ୍ଷା ମଧ୍ୟ ବିଧାୟକ କରୁଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ଉନ୍ନତିମୂଳକ କର୍ଯ୍ୟ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ବିଧାୟକ । ସେହିଭଳି କୃଷକ ସେଲର ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି କି ଯଦି ସିଏ ଆଗାମୀ ନିର୍ବାଚନରେ ସାଂସଦ ପ୍ରାର୍ଥୀ ହୁଅନ୍ତି ଓ ନିର୍ବାଚିତ ହୁଅନ୍ତି ତା ହେଲେ ସେ ପ୍ରଥମେ କୃଷି ଉପରେ ଗୁରୁତ୍ୱ ଦେଇ ଏହି ଅଞ୍ଚଳରେ ଅଙ୍ଗୁର, ଏପୁଲ ବିଭିନ୍ନ ପ୍ରକାଶ ଚାଷ ସହ କୋଲଡ଼ ଷ୍ଟୋର କରିବେ ବୋଲି ପ୍ରତଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, ଅଭିମନ୍ୟୁ ପଣ୍ଡା ଯୁବ ଆଦିବାସୀ ନେତା ତଥା ଗୁମା କଂଗ୍ରେସ ବ୍ଲକ ସଭାପତି ବେର୍ନିକ ଗମାଙ୍ଗ, କୁନା ମାଝୀ, ତ୍ରିନାଥ ପାତ୍ର, ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve + 5 =