ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ବର୍ଷା

0 97

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବର୍ଷା ଗତ ୬୦ ବର୍ଷର ରେକର୍ଡ ଭାଙ୍ଗିଛି । ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଶନିବାର ପୂର୍ବାହ୍ନ ସୁଦ୍ଧା ଦିଲ୍ଲୀରେ ୧୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ମାସରେ ଦିଲ୍ଲୀ ମାତ୍ର ୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ଦୀର୍ଘ ବର୍ଷ ପରେ ପାଇଛି । ରାଜଧାନୀରେ ଏବେବି ବର୍ଷା ଜାରି ରହିଛି । ଏଣୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି ।
ଆଇଏମଡିଙ୍କ ସୂଚନା ଅନୁସାରେ ଏନସିଆରର ଅଧିକାଂଶ କ୍ଷେତ୍ରରେ ବର୍ଷା ଜାରି ରହିଛି । ଫଳରେ ତାପମାତ୍ରା ହ୍ରାସ ହୋଇଥିବା ବେଳେ ମୌସୁମୀ ଆଗମନ ପରଠାରୁ ଏନସିଆର ଅଞ୍ଚଳରେ ଲାଗି ରହିଥିବା ଗରମ ଓ ଗୁଳଗୁଳିରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ସଫଦରଜଙ୍ଗ ଅବରଜେଭଟରୀଙ୍କ ତଥ୍ୟ ଅନୁସାରେ ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଶନିବାର ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୧୩୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

hiring

ଏହା ପୂର୍ବରୁ ୧୯୬୧ ମସିହା ଅଗଷ୍ଟ ମାସରେ ଦିଲ୍ଲୀରେ ୧୮୪ ମିଲିମିଟର ବର୍ଷା ହୋଇଥିବାର ପାଣିପାଗ ବିଭାଗ ରେକର୍ଡ ରହିଛି । ଲଗାଣ ବର୍ଷା ଯୋଗୁ ଦିଲ୍ଲୀ ଏନସିଆରରେ ସର୍ବନିମ୍ନ ତାପମାତ୍ରା ସାଧାରଣରୁ ୩ ଡିଗ୍ରି ହ୍ରାସ ହୋଇଛି । ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୨୩.୮ ଡିଗ୍ରି ସେଲସିୟସ ରହିଛି । ତେବେ ଶୁକ୍ରବାର ଅପେକ୍ଷା ଶନିବାର ରାଜଧାନୀରେ ବର୍ଷା ହ୍ରାସ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ଦିନ ତମାମ ଆକାଶ ମେଘାଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ସୂଚିତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × two =