ଶଙ୍କର ସାହୁଙ୍କ ସୃତି ରେ ଶ୍ରଦ୍ଧାଞ୍ଜଳି ସଭା

0 242

ସୁବର୍ଣ୍ଣପୁର: ସେଥିଲେ ଏକାଧାରାରେ ଜଣେ ମିଷ୍ଟଭାଷୀ , ଦରଦୀ କବିପ୍ରାଣ ,ତଥା ତୀକ୍ଷ୍‌ଣ ରାଜନୈତିକ ବିିଶ୍ଲେଷକ । ସେ ବିଜୁ ବାବୁଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ବେଶ ଜଣାଶୁଣା ଥିଲେ । ଯଦିଓ ପାରମ୍ପରିକ ଶିକ୍ଷା ଗତ ଯୋଗ୍ୟତାରେ ସେ କୌଣସି ଡିଗ୍ରୀଧାରୀ ନଥିଲେ ତଥାପି ଶିକ୍ଷାପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ନିଜେ ଜଣେ ଆର୍ଥିକ ଅନଗ୍ରସର ବର୍ଗରୁ ଥିଲେ ବି ଯଦି ସେ ଜାଣୁଥିଲେ ଯେ କୌଣସି ପିଲା ତାର ସ୍କୁଲ ଫିଜ୍‌ ଦେବାକୁ ଅକ୍ଷମ ତେବେ ଅବିଳମ୍ବେ ତାହାର ସମାଧାନ କରୁଥିଲେ, ଏପରିକି ସେମାନଙ୍କ ଭିତରୁ ଏବେ କେହି କେହି ଲବ୍ଧ ପ୍ରତିଷ୍ଠିତ ହୋଇ ସମାଜରେ ପରିଗଣିତ ରହିଛନ୍ତି । ଏମିତି ଏକ ବ୍ୟକ୍ତି ଥିଲେ ଶଙ୍କର ସାହୁ । ଗତ ଦୁଇଦିନ ତଳେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କର ନିଧନରେ ସତେକି ନିରବୀ ଯାଇଥିଲା ତାଙ୍କର କର୍ମଭୂମୀ ସୁବର୍ଣ୍ଣପୁରର ବ୍ଲକ ଛକ ଅଞ୍ଚଳ । ଗତକାଲି ସ୍ଥାନୀୟ ବ୍ଲକଛକଠାରେ ତାଙ୍କର ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି । ବ୍ଲକଛକର ସେ ଜଣେ ବହୁ ପୁରୁଣା ଲୋକ ହିସାବରେ ଏ ଅଞ୍ଚଳର ବିକାଶ ପାଇଁ ସେ ସଦା ତତ୍ପର ଥିଲେ । ଏଣୁ ତାଙ୍କର ସ୍ମୃତିକୁ ଉଦଜୀବିତ ରଖିବା ପାଇଁ ଅନ୍ତତଃ ବ୍ଲକଛକ ଠାରୁ ପଟାଭାଡି ପର୍ଯ୍ୟନ୍ତ ନବନିର୍ମିତ ରାସ୍ତାର ନାମକୁ ଶଙ୍କର ସାହୁ ମାର୍ଗ ନାମରେ ନାମିତ କରାଯିବାପାଇଁ ପ୍ରଶାସନ ପାଖରେ ଅନୁରୋଧ ରଖାଯିବା ପାଇଁ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ମତ ରଖିଥିଲେ । ବ୍ଲକଛକ ଦୁର୍ଗା ପୂଜା କମିଟିର ସେଜଣେ ସକ୍ରିୟ କର୍ମୀ ମଧ୍ୟ ଥିଲେ । ତାଙ୍କର ଆବର୍ତ୍ତମାନରେ ଏ ଅଞ୍ଚଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିବା ଉପସ୍ଥିତ ସମସ୍ତେ ମତବ୍ୟକ୍ତ କରିଥିଲେ । ବ୍ଲକଛକ ଦୁର୍ଗା ପୂଜା କମିଟିର ବରିଷ୍ଠ ସଭ୍ୟ ଦିଲ୍ଲୀପ ପାତ୍ରଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନାଟ୍ୟଶ୍ରୀ ଗଦାଧର ବାରିକ ଜନମୁରା ସରପଞ୍ଚ ଅରବିନ୍ଦ ବାରିକ, ବଳଦେବ ପ୍ରସାଦ ବେଦବାକ, ପ୍ରିୟବ୍ରତ ସାହୁ, ବରିଷ୍ଠ ଆଇନଜୀବୀ ମଧୁସୂଦନ ପ୍ରଧାନ,ରମାକାନ୍ତ ବାବୁ, ମାଧବ କୁମ୍ଭାର, ହିମାଂଶୁ ଗଡ଼ତ୍ୟା, ପ୍ରଦୀପ ଶଙ୍ଖୁଆ,ବେଣୁଧର ପ୍ରଧାନ, ବିଘ୍ନ ରାଜ ପଣ୍ଡା, ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twelve − 7 =