ଆରମ୍ଭ ହେଲା ସର୍ବସାଧାରଣ ଜଗା ଦର୍ଶନ

0 127

ପୁରୀ : ଦୀର୍ଘ ୪ ମାସର ଅପେକ୍ଷାର ଅବସାନ ହୋଇଛି । ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛ଼ି ଶ୍ରୀମନ୍ଦିର । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ଆଜିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛ଼ନ୍ତି । ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଓ ଦୁଇଟି ଡୋଜ୍‌ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି ଭକ୍ତ ।
ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ, ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା । ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ ।
ଗତ ୧୬ ତାରଖରୁ ୨୦ ତାରଖ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ପୌରାଞ୍ଚଳବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ୨୩ ତାରିଖ ଆଜିଠାରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇ ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଥିଲା । କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ମଧ୍ୟ ଜଣାଇ ଦିଆଯାଇଥିଲା । ମନ୍ଦିର ପ୍ରବେଶ ପଥରେ ୮ଟି କାଉଣ୍ଟରରେ ଏହି ରେସିଡେନ୍ସ ପ୍ରମାଣପତ୍ର ଦେଖାଇ ଯାଇଥିଲେ । ଏହା ବ୍ୟତୀତ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

5 + 6 =