ତାଲିବାନଙ୍କ କ୍ରୁରତା କାହାଣୀ ବଖାଣିଲେ ଆଫଗାନ ମହିଳା, କହିଲେ ଯୁବତୀଙ୍କ ମୃତଦେହ ସହିତ ବି….

0 270

ନୂଆଦିଲ୍ଲୀ: ତାଲିବାନି ମାନଙ୍କ କ୍ରୁର ଚେହେରା ଏବେ ସର୍ବସମ୍ମୂଖକୁ ଚାଲି ଆସିଛି । ଅଫଗାନ୍ ନାଗରିକଙ୍କ ଉପରେ କରୁଥିବା ଅତ୍ୟାଚାର ଏବେ ସାରା ଦୁନିଆ ନିଜ ଆଖିରେ ଦେଖୁଛି । ଇତି ମଧ୍ୟରେ ଦେଶ ଛାଡ଼ି ସବୁଦିନ ପାଇଁ ଚାଲି ଆସୁଥିବା ଅଫଗାନ୍ ମହିଳା ମାନେ ତାଲିବାନି ମାନଙ୍କ ନିର୍ଯାତନାର କାହାଣୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମୁସ୍କାନ୍ ନାମକ ଜଣେ ମହିଳା ଭାରତକୁ ଆସିଥିବା ବେଳେ ସେ କହିଛନ୍ତି ସେ ତାଲିବାନି ଆତଙ୍କବାଦୀ ମାନେ ଝିଅ ମାନଙ୍କ ମୃତ ଦେହ ସହିତ ବି ଶାରୀରିକ ସମ୍ବନ୍ଧ ରଖିଥାନ୍ତି । ସେମାନଙ୍କ ଠାରୁ ମଣିଷତ୍ୱର ଆଶା ରଖିବା କଥା ନୁହେଁ । ତେଣୁ ଯେଉଁ ମାନେ ସେଠାରେ ରହିଯାଇଛନ୍ତି, ବା କୌଣସି କାରଣରୁ ଆସିପାରିନାହାନ୍ତି ସେମାନେ ଏବେ ବହୁତ ବଡ଼ ବିପଦରେ ଫସିଯାଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭିୟୁରେ ଅଫଗାନ୍ ମହିଳା ମୁସ୍କାନ୍ କହିଛନ୍ତି ଯେ, ସେମାନେ ମୃତଦେହ ସହ ବି ଦୁଷ୍କର୍ମ କରିଥାନ୍ତି । ସେମାନଙ୍କୁ କୌଣସସି ଫରକ ପଡ଼େନି ଯେ, ଝିଅ ମାନେ ମରିଯାଇଛନ୍ତି କି ଜୀବିତ ରହିଛନ୍ତି । ଏମାନଙ୍କ ଉପରେ କୌଣସି ଭରସା ନାହିଁ । ଯୁବତୀ ମାନଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଯାଆନ୍ତି । ନଚେତ୍ ସିଧାସଳଖ ଗୁଳି ମାରିଦିଅନ୍ତି । ଏପରି ଅନେକ ପ୍ରକାରର ଅତ୍ୟାଚାର କରିଥାନ୍ତି । ଖାଲି ସେତିକି ନୂହେଁ ସେମାନେ ୧୦ରୁ ୧୨ ବର୍ଷର ଝିଅ ମାନଙ୍କୁ ଘରୁ ଉଠାଇ ନିଅନ୍ତି । ତାଲିବାନି ମାନେ ମିଡିଆ ସାମନାରେ ଯାହା ବି କହୁଛନ୍ତି ସେ ସବୁ ଏକଦମ୍ ମିଛ ।ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ତାଲିବାନି ମାନେ ଆଫଗାନିସ୍ତାନ ଉପରେ କବଜା କରିବା ପରେ କବଜା କରିଥିବା ଅଞ୍ଚଳ ବୁଲି ୧୨ ବର୍ଷ ଝିଅ ମାନଙ୍କ ତାଲିକା ମାଗିଥିଲେ । ସେମାନେ ଏହି ଝିଅ ମାନଙ୍କୁ ନେଇ ଆତଙ୍କବାଦୀ ମାନଙ୍କ ସହିତ ବିବାହ କରାଇବେ ବୋଲି କୁହନ୍ତିା ହେଲେ ସତ କଥା ହେଉଛି ଏମାନେ ଝିଅ ମାନଙ୍କୁ ସେମାନଙ୍କ ଦାସୀ କରି ରଖିବେ । ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ସେମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିପାରିବେ । ନିକଟରେ ଏକ ଖବର ଆସିଥିଲା ଯେ, ଜଣେ ମହିଳାଙ୍କ ଘରକୁ ପଶି ଖାଇବା ତିଆରି କରିବାକୁ କହିଥିଲେ । ଆଉ ଖାଦ୍ୟ ପସନ୍ଦ ନ ଆସିବାରୁ ଉକ୍ତ ମହିଳାଙ୍କୁ ଜିଅନ୍ତା ଜାଳି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =