ଲିଡ୍ସ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ସିରିଜର ତୃତୀୟ ମ୍ୟାଚ୍ ଆଜିଠାରୁ ଲିଡ୍ସରେ ଖେଳାଯିବ । ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ଖେଳିଥିବା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହି ସମାନ ଦଳ ମଧ୍ୟ ତୃତୀୟ ଟେଷ୍ଟରେ ଖେଳିବେ । ସେହିପରି ଇଂଲଣ୍ଡ ଦଳରେ ଦୁଇଟି ଅଦଳବଦଳ ହୋଇଛି । ଓପନର ଶିବଲଙ୍କ ବଦଳରେ ମାଲାନ ସାମିଲ ହୋଇଥିବା ବେଳେ ଉଡ୍ସଙ୍କ ବଦଳରେ ଓଭରଟନ ସାମିଲ ହୋଇଛନ୍ତି ।
ଭାରତୀୟ ଦଳ-ବିରାଟ କୋହିଲ( ଅଧିନାୟକ), ରୋହିତ ଶର୍ମା, କେଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଜସପ୍ରିତ ବୁମରାହ ଓ ମହମ୍ମଦ ସିରାଜ
ଇଂଲଣ୍ଡ ଦଳ-ଆର୍ ବୁର୍ନସ, ଏଚ୍ ହମିଦ, ଡି.ମାଲାନ, ଜୁଏ ରୁଟ(ଅଧିନାୟକ), ଜନୀ, ଜୋସ ବଟଲର, ମଇନ ଅଲି, ସାମ କୁରନ, ସି. ଓଭରଟନ, ଓଲି ରବିନସନ, ଜେ. ଆଣ୍ଡରସନ
Sign in
Sign in
Recover your password.
A password will be e-mailed to you.